ହାଇୱା-କାର୍‌ ମୁହାଁମୁହିଁ ଧକ୍କା

ଢେଙ୍କାନାଳ ରାଜ୍ୟ
Spread the love

ଢେଙ୍କାନାଳ, ୧୪/୧୨: ଢେଙ୍କାନାଳ ସଦର ଥାନା ଗେଙ୍ଗୁଟିଆ ନିକଟରେ ହାଇୱା-କାର୍‌ ମୁହାଁମୁହିଁ ଧକ୍କା ହୋଇଛି। କାର୍‌ ଚଳାଉଥିବା ସାମ୍ବାଦିକ ଦେବବ୍ରତ ପଟ୍ଟନାୟକ, ପତ୍ନୀ ଇତିଶ୍ରୀ ପଟ୍ଟନାୟକ ଗୁରୁତର ଓ ତାଙ୍କ ପୁଅ ଆହତ ହୋଇଛନ୍ତି। ସମସ୍ତଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲ ଓ ପରେ ଭୁବନେଶ୍ବର ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି

ସାମ୍ବାଦିକ ଦେବବ୍ରତଙ୍କ ଛାତି, ହାତ ଓ ମୁଣ୍ଡରେ ଗଭୀର ଆଘାତ ଲାଇଛି। ପତ୍ନୀ ଇତିଶ୍ରୀଙ୍କ ଡାହାଣ ହାତ ଓ ଗୋଡ଼ ଭାଙ୍ଗିଯାଇଛି। ଢେଙ୍କାନାଳ ସଦର ଥାନା ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି

ଫର୍ଟିଲାଇଜର ମଡର୍ଣ୍ଣ ଇଣ୍ଡିଆରେ ସାମ୍ବାଦିକ ଦେବବ୍ରତ ପଟ୍ଟନାୟକ ଓ ତାଙ୍କ ପରିବାର ରହନ୍ତି। ଗତକାଲି ସକାଳେ ପତ୍ନୀ ଓ ପୁଅକୁ ନିଜ କାର୍‌ରେ ନେଇ ପୁରୀ ଜଗାଦର୍ଶନରେ ବାହାରିଥିଲେ। ଅପରାହ୍ନ ପ୍ରାୟ ୧ଟାରେ ଢେଙ୍କାନାଳ ରାସ୍ତାରେ ଗେଙ୍ଗୁଟିଆ ନିକଟରେ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା ହୋଇଥିଲା। କାର୍‌ ଚଳାଉଥିବା ଶ୍ରୀ ପଟ୍ଟନାୟକ ଓ ଆଗ ସିଟ୍‌ରେ ବସିଥିବା ପତ୍ନୀ ଇତିଶ୍ରୀ ଗୁରୁତର ହୋଇଥିଲେ। ପଛ ସିଟ୍‌ରେ ବସିଥିବା ପୁଅ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି

Leave a Reply

Your email address will not be published. Required fields are marked *