11d2a44b 9b6d 4d35 A6b2 F5dc74d3739a

ସାନଶାରୋଳ ଗ୍ରାମରେ ଲକ୍ଷ୍ମୀନାରାୟଣ ମନ୍ଦିରର ରତ୍ନମୁଦ ପ୍ରତିଷ୍ଠା ଉତ୍ସବ

ରାଜ୍ୟ
Spread the love

ଜଗତସିଂହପୁର/ଝଙ୍କଡ଼ : ବାଣୀକ୍ଷେତ୍ର ଝଙ୍କଡ଼ ପ୍ରଗଣାର , ତିର୍ତ୍ତୋଲ ବ୍ଲକ, ଗୋପାଳ ପୁର ପଞ୍ଚାୟତ ଅଧିନ ସାନଶାରୋଳ ଗ୍ରାମରେ ପୂଜାପାଇ ଆସୁଥିବା ଗାଦିବ୍ରହ୍ମ ସ୍ୱରୂପ ଲକ୍ଷ୍ମୀ ନାରାୟଣ ଠାକୁର ସ୍ୱପ୍ନାଦେଶ ଅନୁସାରେ ଏକ ନବନିର୍ମିତ ଭବ୍ୟ ମନ୍ଦିର ର ରତ୍ନମୁଦ ପ୍ରତିଷ୍ଠା ଉତ୍ସବ ପବିତ୍ର ଜନ୍ମାଷ୍ଟମୀ ଦିନ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଏଠାରେ ଜନ୍ମାଷ୍ଟମୀ, ରାମ ନବମୀ ଓ ଅଗ୍ନୀପୂର୍ଣ୍ଣିମା ଦିନ ନାମଯଜ୍ଞ ଆଦି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କରାଯାଇଥାଏ। ତେବେ ରାଜ୍ୟ ଜନଗଣନା ବିଭାଗର ପ୍ରାକ୍ତନ ଉପନିର୍ଦ୍ଦେଶକ ଡଃ ନିରଞ୍ଜନ ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ରତ୍ନମୁଦ ପ୍ରତିଷ୍ଠା ମହୋତ୍ସବ , ଲକ୍ଷ୍ମୀ ନାରାୟଣ ସେବାସଂଘ ଆନୁକୁଲ୍ୟ ରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବିଭୁଦତ୍ତ ପଣ୍ଡା ଓ କଳିକା ପଣ୍ଡା କର୍ତ୍ତା କର୍ତ୍ତୀ ଭାବେ ଅଂଶ ଗ୍ରହଣ କରିଥିଲେ। ମହିଲୋ ଗ୍ରାମର ବାବା ବିଶ୍ଵନାଥ ସଙ୍କୀର୍ତ୍ତନ ମଣ୍ଡଳୀ ତରଫରୁ ନାମ ସଙ୍କୀର୍ତ୍ତନ କରା ଯାଇଥିବା ବେଳେ, ବୈଦିକ ରୀତିନୀତି ରେ ରତ୍ନମୁଦ ପ୍ରତିଷ୍ଠା ହୋଇଥିଲା। ତେବେ ଏହି ସମସ୍ତ କାର୍ଯ୍ୟକ୍ରମକୁ ଅନନ୍ୟା ପଣ୍ଡା , ସମ୍ପୂର୍ଣ୍ଣା ପଣ୍ଡା, ରତ୍ନାକର ପଣ୍ଡା, ଶତ୍ରୁଘ୍ନ ସ୍ୱାଇଁ , ଶରତ ମହାନ୍ତି ଓ କାର୍ତ୍ତିକ ଲେଙ୍କା ଙ୍କ ସମେତ ସମସ୍ତ ଗ୍ରାମବାସୀ ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା। ଆଉ କିଛିମାସ ପରେ ଏହି ମନ୍ଦିରର ପୂର୍ଣ୍ଣାଙ୍ଗ ପ୍ରତିଷ୍ଠା ହେବ ବୋଲି ଅନୁଷ୍ଠାନର ମୁଖ୍ୟ ଡଃ ପଣ୍ଡା ସୂଚନା ପ୍ରଦାନ କରିଅଛନ୍ତି।

Leave a Reply

Your email address will not be published. Required fields are marked *