କଣ୍ଟାପଡ଼ା : ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ ର ଗୋପବନ୍ଧୁ ଯୁବ ନାଟ୍ୟ ସଂସଦ, ମାଙ୍ଖ ଗ୍ରାମ ର କଳାକାର ମାନଙ୍କ ଦ୍ଵାରା ପ୍ରସ୍ତୁତ ନାଟକ ” ସ୍ବାମୀ ପାଇଁ ପଛେ ନର୍କ କୁ ଯିବି” ପରିବେଷଣ କରାଯାଇଥିଲା। ଏହି ନାଟକ କୁ ନିର୍ଦ୍ଦେଶନା ଦେଇଥିଲେ ଶ୍ରୀଯୁକ୍ତ ଆଖଣ୍ଡଳ ସାହୁ ଏବଂ ସହ-ନିର୍ଦ୍ଦେଶକ ଶ୍ରୀଯୁକ୍ତ ବିଭୂତି ପଟ୍ଟନାୟକ (ବାବୁ) ।
ଏହି ସାଂସ୍କୃତିକ କାର୍ଯକ୍ରମ କୁ ଅବସର ପ୍ରାପ୍ତ ବିଦ୍ୟାଳୟ ସମୀକକ୍ଷ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଗୋପବନ୍ଧୁ ଯୁବ ନାଟ୍ୟ ସଂସଦ, ମାଙ୍ଖ ର ପୂର୍ବତନ କଳାକାର ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସ୍ୱାଇଁ, ଶ୍ରୀଯୁକ୍ତ ଦିଲିପ କୁମାର ମହାନ୍ତି,ଶ୍ରୀଯୁକ୍ତ ଗଣେଶ୍ୱର ସାହୁ, ଶ୍ରୀଯୁକ୍ତ ପ୍ରତିପ୍ତ କିଶୋର ସାହୁ , ଶ୍ରୀଯୁକ୍ତ ବାଲୁଙ୍କେଶ୍ୱର ବେହେରା, ସରୋଜ କୁମାର ମହାନ୍ତି, ଦେବେନ୍ଦ୍ର ମହାନ୍ତି..ପ୍ରମୁଖ ଉପସ୍ଥିତ ଥିଲେ । ଯୁବ ନାଟ୍ୟ ସଂସଦ ତରଫରୁ ସମସ୍ତ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ନାଟକ ରେ ଅଭିନୟ କରିଥିଲେ ବାପି , ଗୋବିନ୍ଦ, ମୁନା, ହାପି, ଚିକୁ , ହେମନ୍ତ , ଅକା, ମଣ୍ଟୁ, ସଞ୍ଜୟ, ବାବୁ , କୁନା , କୁନୁ, ଟୁଆଁ ।
ଏହି ସାଂସ୍କୃତିକ କାର୍ଯକ୍ରମ କୁ ନିହାର ଚନ୍ଦ୍ର ସ୍ୱାଇଁ , କ୍ଷୀରୋଦ ସ୍ୱାଇଁ , ମନୋରଞ୍ଜନ ସ୍ବାଇଁ , ଗଣେଶ୍ୱର ଭୋଇ , ପ୍ରଦୀପ ମହାନ୍ତି ଓ ମାଙ୍ଖ ଗ୍ରାମର ସମସ୍ତ ଗ୍ରାମ ବାସି ବୃନ୍ଦ ପରିଚାଳନା କରିଥିଲେ।
