ନବରଙ୍ଗପୁର, ୧୯/୯: ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବା ଯୋଗୁଁ ଛାତ୍ରୀମାନଙ୍କ ପାଠପଢାରେ ସମସ୍ୟା ଦେଖା ଦେଉଥିବା ଘଟଣା ସାମ୍ନାକୁ ଆସିଛି |ପ୍ରଶାସନକୁ ବାରମ୍ବାର ଏହି ସମସ୍ୟାର ସମାଧାନ ପାଇଁ ଜଣେଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି|ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବଣୁଆଗୁଡ଼ା ପଂଚାୟତ ଅନ୍ତର୍ଗତ ପଲସଗାଁ ସ୍ଥିତ ରମାଦେବୀ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରୁ ଆସିଛି ଏଭଳି ଏକ ଅଭିଯୋଗ|ସୂଚନା ପ୍ରକାରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ୧୯୯୭ମସିହାରେ ଏଠାରେ ଏକ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟ ସ୍ଥାପିତ ହୋଇଥିଲା |ବର୍ତମାନ ଉକ୍ତ ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀର ଛାତ୍ରୀ ମିଶି ୨୪୫ଜଣ ପଢ଼ୁଥିବା ବେଳେ, ଶ୍ରେଣୀ ଗୃହ ମଧ୍ୟ ଦୁଇଟା ରହିଛି |ବିଦ୍ୟାଳୟ ପରିସରରେ ସମସ୍ତ ସୁବିଧା ରହିଥିବା ବେଳେ ଶିକ୍ଷକ ସମସ୍ୟା ବର୍ତମାନ ବିଦ୍ୟାଳୟ ପାଇଁ ମୁଖ୍ୟ ସମସ୍ୟା ପାଲଟିଛି |୨୪୫ଜଣ ଛାତ୍ରୀଙ୍କୁ ପଢେଇବା ପାଇଁ 8ଜଣ ଶିକ୍ଷକର ଆବଶ୍ୟକ ଥିବା ବେଳେ ବିଦ୍ୟାଳୟରେ ଅଛନ୍ତି ମାତ୍ର ୨ଜଣ
