ଝିଙ୍କକୁ ମାରି ତା’ ମାଂସକୁ ରାନ୍ଧି ଖାଉଥିବା ଦୁଇ ବ୍ୟକ୍ତି ଗିରଫ

ଜିଲା ଖବର ନୟାଗଡ ରାଜ୍ୟ
Spread the love

ନୟାଗଡ,୧୯/୯ :ନୟାଗଡ଼ ଜିଲ୍ଲା ଖୋର୍ଦ୍ଧା ବନଖଣ୍ଡ ଅଧୀନ ବନତଳି ଅଞ୍ଚଳରେ ବନ୍ୟଜନ୍ତୁ ଶିକାରୀଙ୍କ ସକ୍ରୀୟତା ଦିନ କୁ ବୃଦ୍ଧି ପାଇବାକୁ ଲାଗି ଥିବା ବେଳେ ଧାନ ଥୋଡ ଖାଇବାକୁ ଗାଁ ମୁଂହା ବନ୍ୟଜନ୍ତୁ ମାନଙ୍କୁ ଫାସ ବସାଇ ଶିକାର କରୁଛନ୍ତି। ଗୁରୁବାର ଦିନ ଝିଙ୍କକୁ ମାରି ତା’ ମାଂସକୁ ରାନ୍ଧି ଖାଉଥିବା ଦୁଇ ବ୍ୟକ୍ତିଙ୍କୁ ଗିରଫ କରିଥିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ସୂଚନା ଅନୁସାରେ ମହତପଲ୍ଲା ପଞ୍ଚାୟତ ମାନପୁରରେ ସେପ୍ଟେମ୍ବର ୧୭ରେ ଝିଙ୍କ ଶିକାର ହୋଇଥିବା ନେଇ ବନାଞ୍ଚଳ ଅଧିକାରୀ ସିଂହ ବିଶ୍ୱସ୍ତ ସୁତ୍ରରୁ ଖବର ପାଇଥିଲେ। ଏହା ପରେ ଶ୍ରୀ ସିଂହ ସଦଳବଳେ ଅପରାହ୍ନ ୪ଟା ସମୟରେ ସେଠାରେ ଚଢାଉ କରି ଝିଙ୍କ ଶିକାର ଅଭିଯୋଗରେ ଆନନ୍ଦ ଜେନା ଓ ଜଳନ୍ଧର ଜେନାଙ୍କୁ ଗିରଫ କରିବା ସହ ଚାରି କେଜି ରନ୍ଧା ଝିଙ୍କ ମାଂସ, ଓଜନ କଣ୍ଟା ଓ ଫାସ ଜବତ କରିଥିବା ଜଣାପଡିଛି। ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ ଗିରଫ ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

Leave a Reply

Your email address will not be published. Required fields are marked *