ମାହାଙ୍ଗା, ୮/୧: ପଲ୍ଲୀସାହି ପଞ୍ଚାୟତ ଧାରୋ ଶ୍ୟାମସୁନ୍ଦରପୁର ଗ୍ରାମର ଆଦର୍ଶ ମହିଳା, ଧର୍ମପ୍ରାଣା ସ୍ଵର୍ଣ୍ଣଲତା ସରଣଙ୍କ ଦ୍ଵାଦଶାହ ତିଥିରେ ଏକ ସ୍ମୁତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ସ୍ମୁତି ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ବର୍ଗୀୟା ସ୍ଵର୍ଣ୍ଣଲତା ଦେବୀଙ୍କ ବହୁମୁଖୀ ଜୀବନାଦର୍ଶ ଉପରେ ଆଲୋଚନା କରି ତା’ଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l ଏହି ସ୍ମୁତି ଉତ୍ସବରେ ମାହାଙ୍ଗା ବ୍ଲକ ଆତ୍ମାର ଅଧ୍ୟକ୍ଷ କିଶୋର କୁମାର ରାଉତ,ସମାଜସେବୀ ହିମାଂଶୁ ଶେଖର ଦାଶ,ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ରାଜକିଶୋର ଜେନା,ପୂର୍ବତନ ସରପଞ୍ଚ ଅଜୟ କୁମାର ନାୟକ,କୁଣ୍ଡି ସେବା ସମବାୟ ସମିତି ସଭାପତି ସାହିତ୍ୟିକ ଅଖିଳେଶ ପଦ ମହାନ୍ତି,ପୂର୍ବତନ ସରପଞ୍ଚ ହରେକୃଷ୍ଣ ସୁନ୍ଦରାୟ,ସମାଜସେବୀ ବିଚିତ୍ରାନନ୍ଦ ପଣ୍ଡା, ସମାଜସେବୀ ହରିହର ବଳ, ସାମାଜିକ କର୍ମୀ ଅଞ୍ଜନ କୁମାର ମିଶ୍ର,ସମାଜସେବୀ କିଶୋର ମହାନ୍ତି,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ହୃଷିକେଶ ସ୍ୱାଇଁ,ସାହିତ୍ୟିକ ବିଜୟ କୁମାର ରାଉତ,ଶିକ୍ଷାବିତ ରମାକାନ୍ତ ପ୍ରହରାଜ,ସାହିତ୍ୟିକ ଡକ୍ଟର ବିଜୟନନ୍ଦ ସିଂ, ସରପଞ୍ଚ ଦୀପ୍ତି ରଞ୍ଜନ ରାଉତ, ଯୁବ ସମାଜସେବୀ ମାସୁଦ ଅଲ୍ଲୀ,ଆଇନୀଜୀବୀ ଦୀପକ ମହାନ୍ତି,ସରପଞ୍ଚ ରଶ୍ମି ରଞ୍ଜନ ରାଉତ, ସମାଜସେବୀ ନିରଞ୍ଜନ ବିଶ୍ୱାଳ,କବି ପ୍ରଶାନ୍ତ କୁମାର କର,ମାହାଙ୍ଗା ସମବାୟ ସମିତି ସଭାପତି ରଜନୀକାନ୍ତ ପରିଡା, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବିଜୟ ମହାପାତ୍ର,ସଦାଶିବ ଦାସ, ସୁନାକର ବେହେରା, ସୁଶୀଲ ଶରଣ,ସାମ୍ବାଦିକ ଧନେଶ୍ୱର ସେଠୀ, ଅଶୋକ ଦାଶ,କ୍ଷୀରୋଦ ଦାଶ, ରବୀନ୍ଦ୍ର ପୃଷ୍ଟି ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ଚୌଧୁରୀ ଜ୍ଞାନେନ୍ଦ୍ର ଶରଣ, ପ୍ରମୋଦ ଶରଣ, ଗୌତମ ଶରଣ, ଗିରିବିନ୍ଦୁ ଶରଣ ପ୍ରମୁଖ ପରିଚାଳନା କରିଥିଲେ l
