ପିୟୁସିସି ପ୍ରସଙ୍ଗରେ ସରକାରଙ୍କୁ ଉଚ୍ଚ ଅଦାଲତ ଝଟକା

ଭୁବନେଶ୍ୱର ରାଜ୍ୟ
Spread the love

ଭୂବନେଶ୍ଵର, ୯/୧: ପ୍ରଦୂଷଣ ପ୍ରମାଣପତ୍ର ମାମଲାରେ ରାଜ୍ୟ ସରକାରଙ୍କ ଉଚ୍ଚ ଅଦାଲତଙ୍କ ବଡ଼ ଝଟକା । ମୋଟର ଯାନ ଆଇନ ଉଲଙ୍ଘନ ଅଭିଯୋଗରେ ପରିବହନ ପ୍ରାଧିକରଣକୁ ନୋଟିସ । ପିୟୁସିସି ପ୍ରସଙ୍ଗରେ ପରିବହନ ସଚିବ ଓ ରାଜ୍ୟ ପରିବହନ ପ୍ରାଧିକରଣକୁ ଜବାବ ମାଗିଲା ଉଚ୍ଚ ଅଦାଲତ । ମୋଟର ଯାନ ଆଇନ ଉଲଙ୍ଘନ ଅଭିଯୋଗରେ ଦାୟର ମାମଲାରେ ଉଭୟଙ୍କୁ ନୋଟିସ ଜାରି କରିଛି ଉଚ୍ଚ ଅଦାଲତ । ୧୫ଦିନ ମଧ୍ୟରେ ନୋଟିସର ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ଅଦାଲତ । ବିନା ପ୍ରଦୂଷଣ ଯାଞ୍ଚରେ ଚାଲାଣ କଟାଯିବାକୁ ବିରୋଧ କରି ଏହି ମାମଲା ଦାୟର ହୋଇଛି । ଆସନ୍ତା ୩୦ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ।

Leave a Reply

Your email address will not be published. Required fields are marked *