ସୃଷ୍ଟି ହେଲା ବାତ୍ୟା ‘ସେନ୍ୟାର

ଦେଶବିଦେଶ ରାଜ୍ୟ
Spread the love

ଭୂବନେଶ୍ଵର, ୨୬/୧୧: ମାଲାକ୍କା ସମୁଦ୍ର ଅଞ୍ଚଳ ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଅବପାତରେ ପରିଣତ ହେବା ପରେ ଆଜି ବାତ୍ୟା ରୂପ ନେଇଛି । ମାଲାକ୍କା ପ୍ରଣାଳୀ ଉପରେ ଥିବା ଗଭୀର ଅବପାତ ପଶ୍ଚିମ ଦିଗକୁ ଗତି କରି ବାତ୍ୟାରେ ପରିଣତ ହୋଇଛି । ସୃଷ୍ଟି ହୋଇଥିବା ବାତ୍ୟା ଆଜି ଇଣ୍ଡୋନେସିଆ ଉପକୂଳକୁ ପୂର୍ବାହ୍ନରେ ଅତିକ୍ରମ କରିବା ସମ୍ଭାବନା ରହିଛି ।ତେବେ ବାତ୍ୟାର ଗତିପଥ କଣ କରିବ? ଓଡ଼ିଶା ଉପରେ କି ପ୍ରଭାବ ପକାଇବ? ଆନ୍ଧ୍ର ନା ତାମିଲନାଡୁ ମୁହାଁଇବ ତାହାକୁ ନେଇ କୌଣସି ସୂଚନା ଦେଇନାହିଁ ଭାରତୀୟ ପାଣିପାଗ ବିଭାଗ ।

Leave a Reply

Your email address will not be published. Required fields are marked *