୭୬ତମ ସମ୍ବିଧାନ ଦିବସ: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ୱର, ୨୬/୧୧: ଆଜି ୭୬ତମ ସମ୍ବିଧାନ ଦିବସ । ଏହି ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧୯୪୯ ମସିହା ଆଜିର ଦିନରେ ଭାରତୀୟ ସମ୍ବିଧାନକୁ ବିଧିବଦ୍ଧ ଭାବେ ଗ୍ରହଣ କରାଯାଇଥିଲା । ଏହି ଶୁଭ ଦିନ ଅବସରରେ ଆସନ୍ତୁ ଆମ ସମ୍ବିଧାନର ମୂଲ୍ୟବୋଧକୁ ସମ୍ମାନ ଜଣାଇ ରାଷ୍ଟ୍ର ଗଠନ ଦିଗରେ ନିଜର କର୍ତ୍ତବ୍ୟ ପାଳନ କରିବା ଓ ମା ଭାରତୀର ସେବାରେ ନିଜକୁ ସମର୍ପଣ କରିବା ପାଇଁ ସଂକଳ୍ପ ନେବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *