ରାୟଗଡା,୧୯/୯: ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ରାମନାକୁପୁଲି ଅଙ୍ଗନବାଡି କେନ୍ଦ୍ର 1988/89 ଆର୍ଥିକ ବର୍ଷରେ ନିର୍ମାଣ ହୋଇଥିଲା,l ବର୍ତ୍ତମାନ ଏହି କେନ୍ଦ୍ର ର ଅବସ୍ଥା ଅତି ଦୟନୀୟ। କୋମଳମତି ଶିଶୁଙ୍କୁ ଏଠାରେ ଶିକ୍ଷା ଦାନ କରା ଯାଇ ଜୀବନ ସହ ଖେଳ ଚାଲିଛି। ଏଠାକାର ଅଙ୍ଗନବାଡି କର୍ମୀ ଯେଉଁ ଦିନ ଛତୁଆ ଓ ଅଣ୍ଡା ବଣ୍ଟା ହୁଏ, ସେହି ଦିନ ସେ ଉପସ୍ଥିତ ରହନ୍ତି, ହେଲେ ଅନ୍ୟ ଦିନ ମାନଙ୍କ ରେ ପାଚିକା ହିଁ ସବୁ ବୁଝନ୍ତି। ପାଚିକା ହିଁ ସବୁ ବେଳେ ପିଲା ମାନଙ୍କ ଦାୟିତ୍ଵ ନେଇ ଖାଦ୍ୟ ପ୍ରଦାନ କରୁଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି। ପୁଣି ଗ୍ରାମବାସୀ କହିଛନ୍ତି ଯେ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକା ଏଠାକାର ସ୍କୁଲ ପରିସରରେ ନୂତନ ଅଙ୍ଗନୱାଡିକେନ୍ଦ୍ର ଗୃହ ନିର୍ମାଣ ପାଇଁ 2023ରେ ଶୁଭ ଦେଇଥିଲେ, କିନ୍ତୁ ସେଇ ଗୃହ ନିର୍ମାଣ ଠିକା କରିବା ପାଇଁ ଦୁଇ ନେତାଙ୍କ ମଧ୍ୟରେ ଟଣାଓଟରା ଯୋଗୁଁ ଆଜି ପର୍ଯ୍ୟନ୍ତ ଗୃହ ନିର୍ମାଣ ହୋଇ ନ ପାରିବାରୁ ପୁରୁଣା କେନ୍ଦ୍ରରେ କୋମଳମତି ଶିଶୁ ଶିକ୍ଷା ଗ୍ରହଣ କରୁଛନ୍ତି।ପୁରୁଣାକେନ୍ଦ୍ର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ରୁଜି ଜରା ଜୀର୍ଣ୍ଣ ହୋଇ ରହିଛି l କାନ୍ଥ ଗୁଡ଼ିକ ଫାଟି ଆଁ କରିଛି, ଛାତରୁ ପାଣି ଗଳୁଛି ଓ ଲୁହା ରଡ଼ ଦେଖାଯାଉଛି।ଫଳରେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ନିରୀହ ନିଷ୍ପାପ କୋମଳମତି ଶିଶୁ । ପିଲାଙ୍କ ଜୀବନ ସହିତ ନ ଖେଳି ତୁରନ୍ତ ଜିଲ୍ଲା ପ୍ରଶାସନ ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବୀ ହେଉଛି l
