ପଞ୍ଚଭୂତରେ ଲୀନହେଲା ଶତାୟୁ ଗୌରୀ ଦେବୀଙ୍କ ପାର୍ଥିବ ଶରୀର

କଟକ ରାଜ୍ୟ
Spread the love

ମାହାଙ୍ଗା, ୨୩ /୧୧: ମାହାଙ୍ଗା ନିର୍ବାଚନ ମଣ୍ଡଳୀ କୁହୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଲ୍ୟାଣପୁର ଗ୍ରାମର ଶତାୟୁ ମହିଳା ଗୌରୀ ଦେବୀଙ୍କ ରବିବାର ଦିନ ଦେହାନ୍ତ ହୋଇଯାଇଛି l ସେ ଜଣେ ପରୋପକାରୀ, ସ୍ନେହିଁ, ମିଷ୍ଟଭାଷୀ ତଥା ଧର୍ମପ୍ରାଣା ମହିଳା ଥିଲେ l ସ୍ବର୍ଗୀୟ ବେନୁ ବେହେରାଙ୍କ ପତ୍ନୀ ଗୌରୀ ଦେଵୀଙ୍କ ମୃତ୍ୟୁ ଖବର ମିଳିବା ମାତ୍ରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ବାସଭବନରେ ପହଂଚି ଗୌରୀ ଦେବୀଙ୍କ ଅନ୍ତିମ ଦର୍ଶନ କରି ଶବାଧାରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଏକ ଶୋଭାଯାତ୍ରାରେ ସ୍ବର୍ଗୀୟା ଗୌରୀ ଦେବୀଙ୍କ ପାର୍ଥିବ ଶରୀରକୁ ନିକଟସ୍ଥ ବିରୂପା ନଦୀଘାଟ ଶ୍ମାଶନକୁ ନିଆଯାଇଥିଲା l ସେଠାରେ ମଝିଆଁ ପୁତ୍ର ଉପେନ୍ଦ୍ର ବେହେରା ମାଆଙ୍କୁ ମୁଖାଗ୍ନି ଦେବା ଦେଖିବାକୁ ମିଳିଥିଲା l ପଞ୍ଚଭୂତରେ ଏହି ମହିୟସୀ ମହିଳାଙ୍କ ପାର୍ଥିବ ଶରୀର ଲୀନ ହୋଇ ଯାଇଥିଲା l ସ୍ବର୍ଗୀୟା ଗୌରୀ ଦେବୀଙ୍କ ଅନ୍ତିମ ଯାତ୍ରାରେ ସ୍ଥାନୀୟ ସମିତିସଭ୍ୟାଙ୍କ ପ୍ରତିନିଧି ତଥା ଜଣାଶୁଣା ସାମାଜିକକର୍ମୀ ଅଖିଳେଶ ପଦ ମହାନ୍ତି,କଲ୍ୟାଣପୁର ଗାଁ’ର ମୁରବୀ ସୁନାକର ବେହେରା, ଦୀନବନ୍ଧୁ ବେହେରା,ରବୀନ୍ଦ୍ର ନାଥ ଦାସ, ନବଘନ ବେହେରା,ନିମାଇଁ ଚରଣ ବେହେରା,ନିରଞ୍ଜନ ମୁଦୁଲି, ରବୀନ୍ଦ୍ର ପୃଷ୍ଟି, କେଦାରେଶ୍ୱର ବେହେରା, ସରୋଜ ଦାସ, ସୁମନ୍ତ ପଲେଇ, ଲକ୍ଷ୍ମୀଧର ବେହେରା,ଶରତ ବେହେରା, ସୁଜୟ ବେହେରା, ଗୟାଧର ବେହେରା, ଅଶୋକ ବେହେରା, କୃପାମୟ ବେହେରା, କୈଳାଶ ବେହେରା, ବିଜୟ ଦାସ,ନବକିଶୋର ବେହେରା,ଶିବ ପ୍ରସାଦ ବେହେରା, ନାରାୟଣ ବେହେରା, ଉପେନ୍ଦ୍ର ବେହେରା, ଅଜୟ ବେହେରା,କୈଶୋର ଦାସ,ମିଲୁ ବେହେରା,ବସନ୍ତ ଦାସ, ଚକ୍ରଧର ଦାସ,ସତ୍ୟାନନ୍ଦ ବେହେରା,ଈଶ୍ୱର ଦାସ, ରାଇଚରଣ ଦାସ,ସିଦ୍ଧେଶ୍ୱର ବେହେରା,ବୀରକିଶୋର ବେହେରା,ସୁବାସ ଦାସ,ପ୍ରମୁଖ ସାମିଲ ହୋଇଥିଲେ l

Leave a Reply

Your email address will not be published. Required fields are marked *