ଝିଙ୍କିରିଆ ଗ୍ରାମରେ ଲକ୍ଷ୍ମୀପୂଜା ମହୋତ୍ସବ ମହା ଆଡମ୍ବରରେ ସମ୍ପନ୍ନ

ରାଜ୍ୟ
Spread the love

କଟକ ସଦର(୨୯/୧୦) : ବୟାଳିଶ ମୌଜା ସ୍ଥିତ ଝିଙ୍କିରିଆ ଗ୍ରାମରେ ଲକ୍ଷ୍ମୀପୂଜା ସମିତି ପକ୍ଷରୁ ଲକ୍ଷ୍ମୀପୂଜା ମହୋତ୍ସବ ଦୀର୍ଘ ଚାରି ଦିନ ଧରି ଅନୁଷ୍ଠିତ ହୋଇ ମହାଆଡମ୍ବରରେ ସମ୍ପନ୍ନ ହୋଇଯାଇଛି। ଏହି ଉପଲକ୍ଷେ ଅକ୍ଟୋବର ୨୫ରେ କଳସ ଶୋଭାଯାତ୍ରା ଓ ପ୍ରସାଦସେବନ, ଅକ୍ଟୋବର ୨୬ରେ ସୂର୍ଯ୍ୟ ପୂଜା, ପ୍ରସାଦ ସେବନ ଓ ଅକ୍ଟୋବର ୨୭ ତାରିଖ ସନ୍ଧ୍ୟାରେ ପୂର୍ଣ୍ଣାହୁତି ଓ ପରେ ପରେ ପ୍ରସାଦସେବନ ଅନୁଷ୍ଠିତ ହୋଇଥିଲା। ସେହିପରି ଅକ୍ଟୋବର ୨୮ ତାରିଖ ବୁଧବାର ଅପରାହ୍ନ ୩ଘଟିକାରେ ମା’ ଙ୍କର ଭସାଣି ଶୋଭାଯାତ୍ରା କାର୍ଯ୍ୟକ୍ରମ ଶାନ୍ତି ଶୃଙ୍କଳାର ସହ ଅନୁଷ୍ଠିତ ହୋଇଯାଇଛି ବୋଲି ଝିଙ୍କିରିଆ ଲକ୍ଷ୍ମୀପୂଜା ସମିତିର କର୍ମକର୍ତ୍ତା ଜଣାଇଛନ୍ତି। ଏହି ଲକ୍ଷ୍ମୀପୂଜା ମହୋତ୍ସବରେ ଝିଙ୍କିରିଆ ଲକ୍ଷ୍ମୀପୂଜା ସମିତିର କର୍ମକର୍ତ୍ତା ଓ ଝିଙ୍କିରିଆ ଗ୍ରାମବାସୀ ପୂର୍ଣ୍ଣ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସମାଜସେବିକା ସୁନୀତା ଦେବତା, ବନିତା ଶତପଥି, ପିର୍ୟତମା, ସମାଜସେବୀ ସମୀର ପଣ୍ଡା ଓ ଝିଙ୍କିରିଆ ଗ୍ରାମର ଶତାଧିକ ମହିଳା, ପୁରୁଷ ଏବଂ ଗ୍ରାମବାସୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *