ସର୍ଭାଇଭର୍ ନେଟୱର୍କ କର୍ମଶାଳା

ଅନୁଗୋଳ ଜିଲା ଖବର ରାଜ୍ୟ
Spread the love

ଅନୁଗୋଳ,୧୯/୯:  ବିଶ୍ଵ ଯୁବ କେନ୍ଦ୍ର, ବଣୀନାଳି ଦ୍ଵାରା ପରିଚାଳିତ ଆକ୍ସେସ ଟୁ ଜଷ୍ଟିସ ପ୍ରକଳ୍ପ ମାଧ୍ୟମରେ ବିଶ୍ଵ ଯୁବ କେନ୍ଦ୍ର କାର୍ଯ୍ୟାଳୟ ପରିସରରେ କିଶୋରନଗର ,ଛେଣ୍ଡିପଦା, ଆଠମଲ୍ଲିକ ବ୍ଲକ ର କିଶୋର କିଶୋରୀ ଓ ତାଙ୍କ ଅଭିଭାବକ ମାନଙ୍କୁ ନେଇକି ଏକ ବୈଠକ ଅନୁଷ୍ଠିତ ହୋଯାଇଅଛି। ଏଥିରେ ବାଲ୍ୟ ବିବାହ ,ଶିଶୁ ଯୌନ ନିର୍ଯାତନା, ଶିଶୁ ଚାଲାଣ ର  ଶିକାର ହୋଇଥିବା ଶିଶୁମାନେ ଯୋଗ  ଦେଇ ଥିଲେ। ପିଲା ମାନଙ୍କୁ ତାଙ୍କର ବାଲ୍ୟ ବିବାହ ଯୋଗୁ ହେଇଥିବା ସମସ୍ୟା ଓ ତାର ପ୍ରଭାବ ବିଷୟରେ ଆଲୋଚନା କରାଯାଇଥିଲା। ବିଶ୍ଵ ଯୁବ କେନ୍ଦ୍ର ର ନିର୍ଦେଶକ ମନୋଜ କୁମାର ମହାପାତ୍ର  ଅଂଶ ଗ୍ରହଣ କାରିଙ୍କୁ ଶିଶୁ ସୁରକ୍ଷା,ଶିଶୁ ଙ୍କ ସମସ୍ୟା ଓ ଆଇନ୍ ଗତ ସେବା ବିଷୟରେ ଅବଗତ କରାଇଥିଲେ। ଜଷ୍ଟ ରାଇଟ୍ସ ଫର୍ ଚିଲ୍ଡରେନ୍, ଦିଲ୍ଲୀ ତରଫରୁ ଏକ ୱେବିନାର ରେ ପିଲା ଜଡ଼ିତ ହୋଇ ଅନଲାଇନ ରେ ତାଙ୍କ ନିଜ ସହ ହୋଇଥିବା ସମସ୍ୟା ଓ ସରକାରଙ୍କ ପାଖରେ ତାଙ୍କ ସ୍ୱର କିପରି ପହଞ୍ଚି ପାରିବ ସେ ବିଷୟରେ ମଧ୍ୟ କହିଥିଲେ। ସଭା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇ ସଭା ସାଙ୍ଗ କରାଯାଇଥିଲା। ବିଶ୍ୱ ଯୁବ କେନ୍ଦ୍ର ର କର୍ମୀ ପୂଜା ସ୍ୱାଇଁ, ପପି ଦେହୁରୀ, ଡିପି ଦେହୁରୀ ଓ଼ ଜସ୍ମିତା ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l 

Leave a Reply

Your email address will not be published. Required fields are marked *