4daf9602 55e1 4fc9 9eb1 Ebcf800d7e3d

କନକପୁର ଦେଉଳି ରାସ୍ତାରେ ଦିନରାତି ପାଣିର ସୁଅ ଛୁଟିଛି, ବିଭାଗୀୟ ଅଧିକାରୀଙ୍କର ନିଘା ନାହିଁ

ରାଜ୍ୟ
Spread the love

ଝଙ୍କଡ଼ : ତିର୍ତ୍ତୋଲ ବ୍ଲକ, କନକ ପୁର ଦେଉଳି ଗ୍ରାମ ରେ ଆଜକୁ ପ୍ରାୟ ମାସେ ହେଲା, ପାନୀୟଜଳ ଯୋଗାଣ ପାଇପ୍ ଟି ଫାଟି ଯିବାରୁ, ରାସ୍ତା ଉପରେ ଅନବରତ ପାଣିର ସୁଅ ଛୁଟିଛି। ଏଲ୍ ଏନ୍ ଟି କମ୍ପାନୀ ତରଫରୁ ଏହି ପାଇପ୍ ବିଛାଇ କାମ ଅତିନିମ୍ନମାନର ହୋଇଥିବା ବେଳେ, ପାଇପ୍ ବସିବା ବେଳେ ଯେଉଁ ରାସ୍ତା ସବୁ ଖୋଳା ଯାଇଥିଲା, ତାହାର ସଠିକ ପୁନଃ ନିର୍ମାଣ କରାଯାଇନଥିବାରୁ ଏହି ପଞ୍ଚାୟତ ସମେତ ଆଖ ପାଖ ସବୁ ପଞ୍ଚାୟତର , ଗାଁ ଗହଳି ରାସ୍ତାଗୁଡ଼ିକ ମରଣଯନ୍ତା ରେ ପରିଣତ ହୋଇଛି। ଆଜି ସମସ୍ତ କାର୍ଯ୍ୟକୁ ଆର୍ ଡବ୍ଲୁ ଏସ ଏସ ର ଯନ୍ତ୍ରୀ ମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କରାଯାଉଥିବା ବେଳେ, ବିଭାଗୀୟ ଅଧିକାରୀ ମାନଙ୍କ ଅବହେଳା ଓ ଅଣଦେଖା ଯୋଗୁଁ, ପ୍ରାୟ କୌଣସି ଜାଗାରେ, ପାଇପ୍ ବିଛାଯିବା ପାଇଁ, ମେସିନ୍ ରେ ଖୋଳା ଯାଇଥିବା ରାସ୍ତା ଗୁଡ଼ିକର ପୁନଃ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଯାହା ଫଳରେ ଲୋକମାନଙ୍କ ସହିତ ଯାନବାହାନ ଗୁଡ଼ିକ ଯାତାୟାତ କ୍ଷେତ୍ରରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ବିଶେଷ କରି ସ୍ଥାନୀୟ ଅଞ୍ଚଳର ସର୍ବପ୍ରାଚୀନ ଶୈବ ପୀଠ, ବାବା କନକେଶ୍ୱର ମହାଦେବ ଙ୍କ ମନ୍ଦିର କୁ ଆସୁଥିବା ଶ୍ରଦ୍ଧାଳୁ ଭକ୍ତମାନେ ମଧ୍ଯ ପଚାଶଢ଼। ଦୁର୍ଗନ୍ଧ ପାଣିରେ ଯାଇ ପୂଜାର୍ଚ୍ଚନା କରିବାକୁ ବାଧ୍ୟ ହେଇଛନ୍ତି। ତେବେ ଦୀର୍ଘ ମାସେ ହେଲା ପାନୀୟଜଳ ପାଇପ୍ ଫାଟି କେତେପାଣି ଅଯଥା ନଷ୍ଟ ହେଉଚି, ଏବଂ କାହିଁକି ଆଜି ପର୍ଯ୍ୟନ୍ତ ମରାମତି ଓ ପୁନଃ ନିର୍ମାଣ ପାଇଁ ଦୃଷ୍ଟି ଦେଉନାହାଁନ୍ତି , ତାହା ଆଜି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯଦି ଚଳିତ ସପ୍ତାହକ ମଧ୍ୟରେ, ବିଭାଗୀୟ ଅଧିକାରୀ ମାନେ ଆଶୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତେବେ ଅଞ୍ଚଳବାସୀ , ପାନୀୟ ଜଳ ଯୋଗାଣ ବିଭାଗ ତିର୍ତ୍ତୋଲ କାର୍ଯ୍ୟାଳୟ କୁ ଘେରାଉ କରିବେ ବୋଲି ହରେକୃଷ୍ ରାଉଳ, ବିଜୟ କୁମାର ରାଉଳ , ରବିନ୍ଦ୍ର କୁମାର ରାଉଳ , ଦୁର୍ଗା ଚରଣ ରାଉଳ, ନିକୁଞ୍ଜ କିଶୋର ରାଉଳ, ସାରଦା ପ୍ରସାଦ ରାଉଳ ଓ ଭାଗିରଥୀ ରାଉଳ ପ୍ରମୂଖ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *