B7c3a536 42e9 458d B164 E3b4412f9ab1

ଗୋବିନ୍ଦପୁରରେ ଶ୍ରୀରାମ ମନ୍ଦିରର ରତ୍ନମୁଦ ପ୍ରତିଷ୍ଠା ମହୋତ୍ସବ

ରାଜ୍ୟ
Spread the love

ଜଗତସିଂହପୁର/ଝଙ୍କଡ଼ :   ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ ନିକଟସ୍ଥ,ଗୋବିନ୍ଦପୁର ପଦ୍ମପୋଖରୀ, କଳ୍ପବଟ ପାର୍ଶ୍ୱରେ ଛୋଟ ମନ୍ଦିରରେ ବର୍ଷ ବର୍ଷ ଧରି ପୂଜାପାଇ ଆସୁଥିବା ପ୍ରଭୂ ଶ୍ରୀରାମ ଙ୍କ ନବନିର୍ମିତ ଭବ୍ୟ ମନ୍ଦିରର ରତ୍ନମୁଦ ପ୍ରତିଷ୍ଠା ମହୋତ୍ସବ ଗତ ବୁଧବାର ଦିନ ବୈଦିକ ରୀତିନୀତି ରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ପଣ୍ତିତ ସୁରେନ୍ଦ୍ର ନାଥ ଦାଶଶର୍ମା ଙ୍କ ପୌରହିତ୍ୟ ରେ ଯଜ୍ଞ ଓ ପୂଜାର୍ଚ୍ଚନା କରାଯାଇଥିବା ବେଳେ କର୍ତ୍ତା ଓ କର୍ତ୍ତ୍ରି ଭାବରେ ଅଂଶ ଗ୍ରହଣ କରିଥିଲେ। ପଣ୍ତିତ ବଳରାମ ମହାପାତ୍ର, ଦେବୀସନ୍ତୋଷ ମିଶ୍ର ଓ ନିତ୍ୟପୂଜକ ରମେଶ ଚନ୍ଦ୍ର ଦାଶ ଏଥିରେ ସହଯୋଗିତା କରିଥିଲେ।

ଶ୍ରୀରାମ ସେବା ସେବାସଙ୍ଗଠନ ର ସଭାପତି ଭାସ୍କର ଚନ୍ଦ୍ର ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ମୂଖ୍ୟଶିଳ୍ପୀ ପ୍ରସନ୍ନ କୁମାର ଓଝା ଙ୍କୁ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। ତେବେ ଏହି ସମସ୍ତ କାର୍ଯ୍ୟକ୍ରମକୁ ଦୟାନିଧି ବାରିକ, ସୁର୍ଯ୍ୟ ନାରାୟଣ କାନୁନଗୋ, ଜ୍ୟୋତିରଞ୍ଜନ ବର୍ଦ୍ଧନ, ଦେବନାରାୟଣ ମୁଦୁଲି , ନୃସିଂହ ଚରଣ ସାହୁ , ସୂର୍ଯ୍ୟ ନାରାୟଣ ସ୍ୱାଇଁ, ସାରଦା ଚରଣ ଖୁଣ୍ଟିଆ, ଧନେଶ୍ଵର ବାରିକ, ବିଜୟ କୁମାର ପରିଡ଼ା , ରମେଶ ଚନ୍ଦ୍ର ନାୟକ, ଦୀପ୍ତି ରଞ୍ଜନ ନନ୍ଦ, ଭଗବାନ ପ୍ରଧାନ, କ୍ଷେତ୍ରମୋହନ ନାୟକ, ଅକ୍ଷୟ କୁମାର ପରିଡ଼ା, ନଟବର ପରିଡ଼ା, କ୍ଷେତ୍ରମୋହନ ସ୍ୱାଇଁ, ଅକ୍ଷୟ କୁମାର ମହାନ୍ତି, ବାବାଜୀ ଜେନା, ବିମଳେନ୍ଦୁ ନନ୍ଦ ଓ ସମରେନ୍ଦ୍ର ଭୋଳ ପ୍ରମୁଖ ଙ୍କ ସମେତ ସମସ୍ତ ଗ୍ରାମବାସୀ ଓ ଶ୍ରଦ୍ଧାଳୁ ଭକ୍ତମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା। ସାରଳା ସଂସ୍କୃତି ଗବେଷକ ରମାକାନ୍ତ ଧାରାବିବରଣୀ ପ୍ରଦାନ କରିଥିବା ସମସ୍ତ ଶଙ୍କର୍ଷଣ ହାତୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *