E8640c7e D123 4bc7 9c25 43c76f892cec

ବେଣ୍ଟକାର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ରୋଗୀ କଲ୍ୟାଣ ସମିତି ବୈଠକ, କଟକ ସଦର ବ୍ଲକ ଅଧ୍ୟକ୍ଷାଙ୍କୁ ଅଣଦେଖା

ରାଜ୍ୟ
Spread the love

କଟକ ସଦର ବିଧାୟକଙ୍କ ବ୍ଲକସ୍ତରୀୟ ସ୍ବାସ୍ଥ୍ୟସମୀକ୍ଷା ବୈଠକ 
କଟକ  :  କଟକ ସଦର ବେଣ୍ଟକାର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ରେ ଆଜି ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ବୈଠକ ରେ ମୁଖ୍ୟ ଅତିଥି ଭାବେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଯୋଗ ଦେଇ ବିଭିନ୍ନ ସମସ୍ୟା ବିଷୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଓ ରୋଗୀ କଲ୍ୟାଣ ସମିତି ସଦସ୍ୟ ମାନଙ୍କ ସହ ଆଲୋଚନା କରିଥିଲେ | ମେଡିକାଲ କୁ ପାରାମେଡିକ୍ସ ଷ୍ଟାଫ, ନର୍ସିଙ୍ଗ ଷ୍ଟାଫ, ଆଟେଣ୍ଡାଣ୍ଟ, ସଫେଇ କର୍ମଚାରୀ, ନିଯୁକ୍ତି କରିବାକୁ ଜିଲ୍ଲା ସ୍ଵାସ୍ତ୍ୟ ଅଧିକାରୀ ଙ୍କ ସହ ଆଲୋଚନା କରି ସମାଧାନ କରିବାକୁ ପ୍ରତିଶୃତି ଦେଇଛନ୍ତି | ବିଶେଷ ଭାବେ ଡାକ୍ତର ମାନଙ୍କ ପାଇଁ କ୍ୱାର୍ଟର ଘର ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ପୂର୍ତ୍ତ ବିଭାଗ ଯନ୍ତ୍ରୀ ଙ୍କୁ ନିର୍ଦେଶ ଦେଇଛନ୍ତି | ମେଡିକାଲ ରେ ପ୍ରସୂତି ଗୃହ ନିର୍ମାଣ କରି କାଯ୍ୟକ୍ଷମ କରିବାକୁ ମଧ୍ୟ ପ୍ରତିଶୃତି ଦେଇଛନ୍ତି |ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ବର୍ଷା ଦିନେ ବର୍ଷା ଜଳ ଯୋଗୁଁ ନିଷ୍କାସନ ବ୍ୟବସ୍ତା ନଥିବା ସତ୍ୱେ ଆଣ୍ଠୁଏ ଲେଖାଏଁ ପାଣି ଛିଡା ହେଇ ରହୁଛି ଯାହା ଫଳରେ ରୋଗୀ ମାନେ ଯାତାୟାତ କରିବାରେ ବହୁ ସମ୍ମୁଖୀନ ହେଉଛନ୍ତି ଉକ୍ତ ଜଳ ନିଷ୍କାସନ ସମସ୍ୟା ଟି ର ସ୍ଥାଇ ସମାଧାନ କରିବାକୁ ବୈଠକ ରେ ଆଲୋଚନା ହୋଇଥିଲା |

ଅନ୍ୟପକ୍ଷରେ ବୈଠକ ସମ୍ପର୍କରେ କଟକ ସଦର ବ୍ଲକ ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି। ବୈଠକ ସମ୍ପର୍କରେ ରାଉତଙ୍କୁ ଦିନ ସାଢ଼େ ୧୦ଟା ବେଳେ ସ୍ବାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ପ୍ରଶାନ୍ତ କୁମାର ସାମଲ ଅବଗତ କରିଥିଲେ।  ମାତ୍ର ପୂର୍ବରୁ ଆଦୌ ଜାଣିନଥିବାରୁ ତଥା ସେ କାର୍ଯ୍ୟବ୍ୟସ୍ତ ଥିବାରୁ ଆସି ପାରି ନ ଥିଲେ।  ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ନାନା ଦି ସମସ୍ୟା ରହିଛି | ଏ ବିଷୟରେ ଅଧ୍ୟକ୍ଷା ପୂର୍ବରୁ ବହୁତ ଅଭିଯୋଗ ପାଇଛନ୍ତି | ଏହି ଅଭିଯୋଗଗୁଡ଼ିକ ସମ୍ପର୍କରେ  ଅଧ୍ୟକ୍ଷା ସମୀକ୍ଷା ବୈଠକରେ ଉଠାଇବେ ବୋଲି ପୂର୍ବରୁ ମନସ୍ଥ କରିଥିଲେ ବି ତାଙ୍କୁ ଅଣଦେଖା କରାଯାଇଥିବାରୁ ଏହା ସମ୍ଭବ ହେଲା ନାହିଁ |

ଉକ୍ତ କାର୍ଯ୍ୟକ୍ରମ ରେ ଗୋଷ୍ଠୀ ସ୍ଵାସ୍ତ୍ୟ କେନ୍ଦ୍ର ଅଧିକ୍ଷକ ଡ଼ଃ ପ୍ରଶାନ୍ତ କୁମାର ସାମଲ, ରୋଗୀ କଲ୍ୟାଣ ସମିତି ସଭ୍ୟ ଅନିଲ ଦାସ, ଶିବପ୍ରସାଦ ବିଶ୍ୱାଳ, କିସାନ ସଙ୍ଘ ର କାର୍ଯ୍ୟ କର୍ତ୍ତା ତଥା ଅସୀମ ଦାସ, ସ୍ବେଛାସେବୀ ଅଶୋକ କୁମାର ଜେନା, ପୂର୍ତ୍ତ ବିଭାଗ ଯନ୍ତ୍ରୀ ଅଞ୍ଜନ କୁମାର ବଳ, ବୟାଲିଶ ମୋୖଜ଼ା ବିଦୂତ ସବଡିଭିଜନ ର ଜେଇ ଦୀପକ ସାହୁ, ମଣ୍ଡଳ ର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ | ଶେଷରେ ବିପିଏଚଓ ସସ୍ମିତା ମହାପାତ୍ର ଧନ୍ୟବାଦ ଜଣାଇଥିଲେ |

Leave a Reply

Your email address will not be published. Required fields are marked *