ପଶ୍ଚିମବଙ୍ଗ ଗଣଦୁଷ୍କର୍ମ ଘଟଣାରେ ସୁରକ୍ଷା ପ୍ରତିଶ୍ରୁତି ଦେଲା ଦୁର୍ଗାପୁର ପୁଲିସ

ଜିଲା ଖବର ଦେଶବିଦେଶ ବାଲେଶ୍ୱର ରାଜ୍ୟ
Spread the love

ଦୁର୍ଗାପୁର, ୧୪/୧୦: ପଶ୍ଚିମବଙ୍ଗ ଗଣଦୁଷ୍କର୍ମ ମାମଲାରେ ପୀଡିତାଙ୍କ ପରିବାର ସହ କଥା ହୋଇଛନ୍ତି ଦୁର୍ଗାପୁର ପୁଲିସ । ସମସ୍ତ ୫ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଥିବା କହିଛନ୍ତି ଦୁର୍ଗାପୁର ପୁଲିସ କମିଶନର । ଡିସିପି ପୀଡିତାଙ୍କ ବାପାଙ୍କ ସହ କଥା ହୋଇ ସୁରକ୍ଷା ପ୍ରତିଶ୍ରୁତି ଦେଇଛନ୍ତି । ପୀଡିତାଙ୍କ ପରିବାର ସହ ପୁଲିସ ରହିଛି, ସମସ୍ତ ସହଯୋଗ ଦିଆଯିବ ବୋଲି କମିଶନର କହିଛନ୍ତି ।ସେପଟେ ପୀଡିତାଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ମା ଓ ସେଠାରେ ଉପସ୍ଥିତ ଥିବା ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ଆପଣଙ୍କ ସପକ୍ଷରେ ରହିଛନ୍ତି ବୋଲି ଆଶ୍ୱାସନା ଦେଇଛନ୍ତି ମୋହନ ମାଝୀ । ଏହାସହ ଦୋଷୀଙ୍କୁ ତୁରନ୍ତ ଦଣ୍ଡ ଦିଆଯିବ ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ

Leave a Reply

Your email address will not be published. Required fields are marked *