ଇଜିପ୍ଟ, ୧୪/୧୦: ବିଶ୍ଵ ମଞ୍ଚରେ ଭାରତକୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଇଜିପ୍ଟର ଗାଜା ଶାନ୍ତି ସମ୍ମିଳନୀରେ ପାକିସ୍ତାନ ସମ୍ମୁଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ପ୍ରଶଂସା କରିଛନ୍ତି । ଟ୍ରମ୍ପ ଭାରତକୁ ଏକ ମହାନ ଦେଶ ଭାବରେ ବର୍ଣ୍ଣନା କରିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବହୁତ ଭଲ ବନ୍ଧୁ ବୋଲି କହିଛନ୍ତି ।ସୋମବାର ଇଜିପ୍ଟର ଶର୍ମ ଏଲ୍- ଶେଖରେ ଗାଜା ଶାନ୍ତି ସମ୍ମିଳନୀ ସମୟରେ ସେ ଏହି ମନ୍ତବ୍ୟ ଦେଇଥିଲେ ଏବଂ ଆଶ ପ୍ରକାଶ କରିଥିଲେ ଯେ ଭାରତ ଏବଂ ପାକିସ୍ତାନ ଭଲ ସମ୍ପର୍କ ରଖିବେ ଓ ଏକାଠି ଭଲ ଭାବରେ ରହିବେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ବହୁତ ପ୍ରଗତି କରୁଛି ବୋଲି ଟ୍ରମ୍ପ କହିଛନ୍ତି ।
