ମହିୟସୀ ମହିଳା ଶଶିରେଖା ରାଉତରାୟ ଙ୍କ ବିୟୋଗରେ ଶୋକ

ଜଗତସିଂହପୁର ଜିଲା ଖବର ରାଜ୍ୟ
Spread the love

ଝଙ୍କଡ଼ :୧୪/୧୦: ଝଙ୍କଡ଼ ସାରଳା ମନ୍ଦିରର ପୂର୍ବତନ ଟ୍ରଷ୍ଟି, ଝଙ୍କଡ ମହୋତ୍ସବ କମିଟିର ଅଧ୍ୟକ୍ଷ,ପାରାଦୀପ ସାରଳା ମନ୍ଦିରର ପରିଚାଳନା ସମିତି ର ସଭାପତି ତଥା ପାରାଦୀପ ବନ୍ଦର ହନୁମାନ ଜୀଉ ମନ୍ଦିର ପ୍ରଶାସନର ମୁଖ୍ୟ ପରିଚାଳକ,ଅମରେଶ ରାଉତରାୟ ଙ୍କ ମାଆ ତଥା ସ୍ବର୍ଗତ ରାଇଚରଣ ରାଉତରାୟ ଙ୍କ ଧର୍ମପତ୍ନୀ , ମହିୟସୀ ମହିଳା ଶଶୀରେଖା ରାଉତରାୟ ( ୭୬ ) ଙ୍କର ପୁରୀ ଶ୍ରୀକ୍ଷେତ୍ର ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ପାର୍ଶ୍ଵ ସ୍ଥ ମଧୁବନ ସ୍ଥିତ , ମାଆ ନୀଳୟ ବାସଭବନରେ ପରଲୋକ ହୋଇଯାଇଛି। ସେ ଜଣେ ଜଣାଶୁଣା ଆଦର୍ଶ ଗୃହିଣୀ ଓ ଧର୍ମପ୍ରାଣl ମହିୟସୀ ମହିଳା ଥିବାରୁ ତାଙ୍କର ମୃତ୍ୟୁ ଖବର ପାଇ, ବହୂ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ମୃତ୍ୟ ସମୟରେ ତାଙ୍କର ବଡପୁଅ ଅମରେଶ ସାନ ପୁଅ ଆଶିଷ, ଝିଅ ଅର୍ଚ୍ଚନା, ଅପର୍ଣ୍ଣା , ଅଭ୍ୟର୍ଥନା , ଜାମାତା ପ୍ରଫୁଲ୍ଲ କୁମାର ଭଞ୍ଜ , ରଞ୍ଜିତ ମହାନ୍ତି ଓ ବିଶ୍ୱଜିତ୍ ମହାନ୍ତି ଙ୍କ ସମେତ ପାପୁନ , ଜିତ୍, ପାପାଲି, ଲିଟି ଓ ରିତ୍ ପ୍ରମୁଖ ନାତି ନାତୁଣୀ ମାନେ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗଙ୍ଗାଧର ପ୍ରତିହାରୀ, ଧରଣୀଧର ହରିଚନ୍ଦନ , ଶିବଶଙ୍କର ପଣ୍ଡା , ବଳରାମ ମହାପାତ୍ର, ସତ୍ୟଜିତ ମହାନ୍ତି , ସୁଜିତ୍ ମହାନ୍ତି ଓ ସଞ୍ଜୀବ କୁମାର ନାୟକ ପ୍ରମୁଖ ସ୍ୱର୍ଗତ ଶଶୀରେଖା ଙ୍କ ଶବଶୋଭାଯାତ୍ରା ରେ ଯୋଗଦେଇ ସ୍ଵର୍ଗଦ୍ଵାର ପର୍ଯ୍ୟନ୍ତ ଯିବା ପରେ ସେଠାରେ ତାଙ୍କର ଅନ୍ତେଷ୍ଟ୍କ୍ରି କ୍ରିୟା ସମ୍ପନ୍ନ ହୋଇଥଲା। ବଡପୁଅ ଅମରେଶ ରାଉତରାୟ ମୁଖାଗ୍ନୀ ଦେଇଥିଲେ। ଅପର ପକ୍ଷରେ, ପାରାଦୀପ ବନ୍ଦରର ବହୂ ପ୍ରସାଶନିକ ଅଧିକାରୀ, ଝଙ୍କଡ଼ ସାରଳା ମନ୍ଦିରର ସମସ୍ତ ସେବାୟତ ଙ୍କ ସମେତ ରାଜଧାନୀ ଭୁବନେଶ୍ଵର ଓ ପୁରୀ ର ବହୂ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ବିୟୋଗରେ ବ୍ୟଥିତ ହୋଇ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କୁ ଶୋକ ବାର୍ତ୍ତ ପଠାଇ ଥିବାର ଜଣାଯାଇଛି।

Leave a Reply

Your email address will not be published. Required fields are marked *