ଯୁବକଙ୍କୁ ମାରି ରାସ୍ତାକଡରେ ଫିଙ୍ଗିଦେଲେ

ଅପରାଧ ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ଵର, ୨୪/୧୧ : ଭୁବନେଶ୍ବର ଚନ୍ଦକା ଥାନା ଗୋଡିବାରି ଅଞ୍ଚଳରେ ଯୁବକଙ୍କୁ ହତ୍ୟା କରି ରାଜପଥ କଢ଼ରେ ଫିଙ୍ଗି ଦିଆଯାଇଛି । ଘଟଣା ସ୍ଥଳରେ ଚନ୍ଦକା ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ ମୃତ ଯୁବକ ଜଣକ ଏକ ଟେଣ୍ଟ ହାଉସରେ କାମ କରୁଥିଲେ। ଏବଂ ଯୁବକଙ୍କ ଘର ଯାଜପୁର ଜିଲ୍ଲାରେ ବୋଲି ଜଣାପଡ଼ିଛି । ମଦ ପିଉଥିବା ଅବସ୍ଥାରେ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟାର କାରଣ ଜଣାପଡିନାହିଁ।

Leave a Reply

Your email address will not be published. Required fields are marked *