ଭାରତକୁ ପ୍ରଥମଥର ବିଶ୍ୱ ଚାମ୍ପିୟନ କରାଇଲେ ଓଡ଼ିଆ ଝିଅ

ଖେଳ ଦେଶବିଦେଶ ରାଜ୍ୟ
Spread the love

ନୂଆଦିଲ୍ଲୀ,୨୩/୧୧: ଭାରତୀୟ ଦୃଷ୍ଟିହୀନ ମହିଳା କ୍ରିକେଟ୍ ଟିମ୍ ଇତିହାସ ରଚି ପ୍ରଥମ ଥର ପାଇଁ ଆୟୋଜିତ ମହିଳା ଟି-୨୦ ବିଶ୍ୱକପ୍ ରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। କଲମ୍ବୋରେ ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍‌ରେ ଭାରତୀୟ ଦଳ ନେପାଳକୁ ୭ ୱିକେଟ୍‌ରେ ପରାସ୍ତ କରିଛି।ଟସ୍ ଜିତି ଭାରତ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ନେପାଳକୁ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ବିନିମୟରେ ୧୧୪ ରନ୍‌ରେ ସୀମିତ ରଖିଥିଲା। ଜବାବରେ ଭାରତୀୟ ବ୍ୟାଟର୍‌ମାନେ ଦମଦାର ପ୍ରଦର୍ଶନ କରି ୧୨.୧ ଓଭରରେ ମାତ୍ର ୩ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ (୧୧୫ ରନ୍) ହାସଲ କରିନେଇଥିଲେ।ଭାରତର ଓପନର୍ ତଥା ଓଡ଼ିଆ ଝିଅ ଫୁଲା ସାରେନ୍ ୨୭ଟି ବଲ୍‌ରୁ ଦ୍ରୁତ ୪୪ ରନ୍ ସଂଗ୍ରହ କରିଥିଲେ। ତାଙ୍କର ଏହି ଚମତ୍କାର ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ତାଙ୍କୁ ‘ପ୍ଲେୟାର୍ ଅଫ୍ ଦି ମ୍ୟାଚ୍’ ପୁରସ୍କାରରେ ସମ୍ମାନିତ କରାଯାଇଛି।ଭାରତୀୟ ଦଳ ସମଗ୍ର ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଥିଲା, ଯାହାକି କ୍ରିକେଟର ତିନୋଟି ଯାକ ବିଭାଗ – ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂରେ ଦଳର ସର୍ବଶ୍ରେଷ୍ଠତାକୁ ପ୍ରମାଣିତ କରିଛି।

Leave a Reply

Your email address will not be published. Required fields are marked *