ସଅଁରା ବାଲିପଡିଆରେ, ପାଲାଗାୟକ ସମ୍ମିଳନୀ

ଜଗତସିଂହପୁର ରାଜ୍ୟ
Spread the love

ଝଙ୍କଡ଼, ୧୦/୧: ଶ୍ରୀନୀଳାଚଳ ନିଖିଳଉତ୍କଳ ପାଲା କଳାକାର ପରିଷଦ ର ଅବିଭକ୍ତ କଟକ ଶାଖା ଆନୁକୂଲ୍ୟରେ ଗତ ଜାନୁଆରୀ ଛଅ ଓ ସାତ ତାରିଖ ଦୁଇଦିନ ବ୍ୟାପି ପାଲାଗାୟକ ସମ୍ମିଳନୀ, ସାରଳା ପାଲାକଳାକାର ସଙ୍ଘର ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଶତାଧିକ ପାଲା ଗାୟକ ଗାୟିକା ଓ ସଙ୍ଗୀତ ମାନଙ୍କ ସମେତ ସ୍ଥାନୀୟ ଅଞ୍ଚକର ବହୁ ସଂସ୍କୃତିପ୍ରେମୀ ମାନ୍ୟଗଣ୍ୟବ୍ୟକ୍ତି ଯୋଗଦେଇଥିଲେ l ଗାୟକ ଅଭିମନ୍ୟୁ ନାୟକ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ସଭାରେ ଶ୍ରୀ ଜଗନ୍ନାଥ ସଂସ୍କୃତି ର ପ୍ରଚାରକ ଉଦଘାଟକ ଭାବେ ଶାରଦା ବାବା, ମୁଖ୍ୟଅତିଥି ଡଃ ରବିନାରାୟଣ ପଣ୍ଡା, ମୁଖ୍ୟବକ୍ତା ବାଗ୍ମୀ ଗାୟକ ଧ୍ରୁବଚରଣ ଶତପଥୀ ଓ ସମ୍ମାନିତ ଅତିଥି ଭାବରେ ପ୍ରସନ୍ନ କୁମାର ପଟ୍ଟନାୟକ, ଜ୍ଞ୍ୟାନପ୍ରିୟ କାନୁନଗୋ, ପ୍ରଭାତ କୁମାର ରଥଶର୍ମା, ସନ୍ତୋଷ କୁମାର ପଟ୍ଟନାୟକ, ଗାୟକ ଯୁବଜ୍ୟୋତି, ପ୍ରମ୍ମୁଖ ଯୋଗଦେଇ ପାଲାସଂସ୍କୃତି ର ଇତିବୃତ୍ତି, ମହତ୍ତ୍ୱ ଓ ବିଶେଷତ୍ୱ ଉପରେ ତଥ୍ୟଭିତ୍ତିକ ବକ୍ତବ୍ୟ ପ୍ରଦାନ କରିଥିବାବେଳେ ଅଧ୍ୟାପକ ଅଭିରାମ ଶତପଥୀ ମଞ୍ଚସଂଚାଳନ କରିଥିଲେ l ସୂର୍ଯ୍ୟପୂଜା କମିଟି ର କର୍ମକର୍ତ୍ତା ଧନ୍ୟବାଦ ଅର୍ପଣ କରିଥିଲେ l ଉଦଯାପନୀ ଉତ୍ସବ ରେ ଗାୟକ ପ୍ରଫୁଲ୍ଲ କୁମାର ଆଚାର୍ଯ୍ୟ ସଭାପତିତ୍ୱ କରିଥିବାବେଳେ, ଗାୟକ ଗୟାଧର ମହାପାତ୍ର, ସଅଁରା ସରପଞ୍ଚ ବିକ୍ରମ କେଶରୀ ସ୍ୱାଇଁ, ଶିକ୍ଷାବିତ ସାରଦାପ୍ରସନ ସ୍ୱାଇଁ,ଟୁଟୁ ବାଗ, ଗାୟିକା ପ୍ରଜ୍ଞ୍l ପ୍ରିୟଦର୍ଶିନୀ ରାଉତ, ପ୍ରବାଚିକା ଅନ୍ନପୂର୍ଣ୍ଣା ଦାଶ ପ୍ରମ୍ମୁଖ ମଞ୍ଚାସିନ ହୋଇ ପାଲାସଂସ୍କୃତି ର ସୁରକ୍ଷା ଓ ବିକାଶକ୍ଷେତ୍ରରେ ସରକାର ଙ୍କ ସହାୟତା ନିମନ୍ତେ ଦାବୀ କରିଥିଲେ ଏହି ଅବସରରେ ଦିବାରାତ୍ର ପାଲା ପରିବେଷଣ ସହିତ ଅଭିଭକ୍ତ କଟକଜିଲ୍ଲାର କୋଣଅନୁକୋଣ ରୁ ଆସିଥିବା ବହୁ ପ୍ରତିଭାବାନ ପାଲା କଳାକାର ମାନଙ୍କୁ ଅନୁଷ୍ଠାନିକ ଭାବେ ମାନପତ୍ର, ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ଉପଢୌକନ ଦିଆଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା l ଶେଷରେ ବିଦ୍ୟୁତ ପ୍ରଭା ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *