ମାହାଙ୍ଗା, ୧୦/୧: କୁଣ୍ଡି ପ୍ରାଥମିକ କୃଷି ସମବାୟ ସମିତି ଅଧିନରେ ଥିବା ସମସ୍ତ ଚାଷୀ ମାନେ କିପରି ମଣ୍ଡିରେ ଧାନ ବିକ୍ରି କରିପାରିବେ ସେଥିପାଇଁ ସମିତି ଦ୍ୱାରା ଗଠିତ ଧନକ୍ରୟ କମିଟିର ସଦସ୍ୟ ମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ସମିତିର ସଭାପତି ଅଖିଳେଶ ପଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ କୁଣ୍ଡି, କୁହୁଣ୍ଡା, ସାହାପୁର, ମଧୁପୁର ଏବଂ ମୂଳବସନ୍ତ ଗ୍ରାମ ପଞ୍ଚାୟତର ଚାଷୀ ପ୍ରତିନିଧି, ସମିତିର ନିର୍ଦ୍ଦେଶକ, ଧାନକ୍ରୟ କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ l ଆସନ୍ତା ୧୬ ତାରିଖ ଶୁକ୍ରବାର ଠାରୁ କୁଣ୍ଡି ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ଧାନ ମଣ୍ଡି ଖୋଲାଯିବ ଏବଂ ପ୍ରତି ସପ୍ତାହର ଶୁକ୍ରବାର ଓ ଶନିବାର ୨ ଦିନ ଚାଷୀମାନେ ମଣ୍ଡିରେ ପହଂଚି ମିଲରକୁ ଧାନ ବିକ୍ରି କରିପାରିବେ ବୋଲି ନିଷ୍ପତି ନିଆଯାଇଥିଲା l ଉପରୋକ୍ତ ୫ଟି ପଞ୍ଚାୟତର ପ୍ରତ୍ୟେକ ପଞ୍ଜିକୃତ ଚାଷୀ କୁହୁଣ୍ଡା ପଞ୍ଚାୟତରେ ଖୋଲିବାକୁ ଯାଉଥିବା ଏହି ମଣ୍ଡିରେ ଧାନ ବିକ୍ରୟ କରିବା ପରେ,ବ୍ୟାଙ୍କ ଆକାଉଣ୍ଟ ଜରିଆରେ ସେମାନଙ୍କୁ ଅର୍ଥ ଯୋଗାଇ ଦିଆଯିବ ବୋଲି ସଭାପତି ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ l ଏହି ବୈଠକରେ ଅଗ୍ରଣୀ ଚାଷୀ ସତ୍ୟଜିତ କିଶୋର ଦାସ, ରାମଚନ୍ଦ୍ର ସାହୁ, ରାମଚନ୍ଦ୍ର ମହାପାତ୍ର,ପ୍ରଭାକର ବିଶ୍ୱାଳ,ଅଲେଖ ଚନ୍ଦ୍ର ଦାସ, ଶଶୀଭୂଷଣ ମହାନ୍ତି, ସମରେନ୍ଦ୍ର ମହାନ୍ତି,ବିଦ୍ୟାଧର ପ୍ରଧାନ, ନିରଞ୍ଜନ ମୁଦୁଲି, ବିରଜା ପ୍ରସାଦ ଦାସ, ସ୍ୱାଧୀନ ମହାନ୍ତି, ପ୍ରଫୁଲ୍ଲ କୁମାର ମହାନ୍ତି,ସେକ ଅଫସର ତୁଲ୍ଲା,ମହମ୍ମଦ ରେୟାଜର,ସମିତି ନିର୍ଦ୍ଦେଶକ ହେମନ୍ତ କୁମାର ପ୍ରଧାନ, ରବୀନ୍ଦ୍ର କୁମାର ପୃଷ୍ଟି, ରମାକାନ୍ତ ପଣ୍ଡା,ଜୟଦେବ ମହାନ୍ତି, ପରମାନନ୍ଦ ମହାନ୍ତି,ପୂର୍ବତନ ସରପଞ୍ଚ ସୁବାସ ଚନ୍ଦ୍ର ବେହେରା, ଗଣେଶ ଚନ୍ଦ୍ର ବେହାରୀ,ସ୍ଥାନୀୟ ରାଜସ୍ବ ନିରୀକ୍ଷକ ବ୍ୟମୋକେଶ ମହାନ୍ତି,ସମିତି ସମ୍ପାଦକ ଦେବାଶିଷ ପଣ୍ଡା, ଶ୍ୟାମ ସୁନ୍ଦର ବରାଳ, ଅବଦୁଲ ହମିଦ ଏବଂ ଲକ୍ଷ୍ମୀଧର ବେହେରା ପ୍ରମୁଖ ବୈଠକରେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା l
