ମାହାଙ୍ଗା, ୧୦/୧: ମାହାଙ୍ଗା ଥାନା ଅନ୍ତର୍ଗତ କୁଆଁପାଳ-ବାଲିଚନ୍ଦ୍ରପୁର ରାସ୍ତାର କୁସୁପୁର ଠାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି l ରାହାଣିଆ ପଂଚାୟତ କାଳିଅଣ୍ଟି ଗ୍ରାମର ଅନ୍ନା ଦାସ ସାଇକେଲ ଯୋଗେ ନିଜ ଘରୁ ବାଲିଚନ୍ଦ୍ରପୁର ବଜାରକୁ ଯାଉଥିବା ସମୟରେ OD-17D1920 ନମ୍ବର ବିଶିଷ୍ଟ ଏକ କାର ଭାରସାମ୍ୟ ହରାଇ କୁସୁପୁର ନିକଟ ପଟ୍ଟାମୁଣ୍ଡାଇ କେନାଲ ବନ୍ଧରେ ଥିବା ଏକ ସୌପନି ମୁହଁ ଠାରେ ତାଙ୍କୁ ସାମ୍ନାପଟୁ ଧକ୍କା ଦେଇଥିଲା l ଫଳରେ ସାଇକେଲ ଚାଳକ ବିଲ କଡରେ ଥିବା ଗଛ ଭିତରକୁ ଛିଟିକି ପଡିଥିଲେ l ଡ୍ରାଇଭ ଜଣକ ଅତ୍ୟଧିକ ମଦ୍ୟପାନ କରି ଗାଡିରୁ ବାହାରି ଖସି ଯାଉଥିବା ବେଳେ, ଓଳାଶୁଣୀ ଗୁମ୍ଫାରୁ ଫେରୁଥିବା କିଛି ବ୍ୟକ୍ତି ମଦ୍ୟପ ଡ୍ରାଇଭର କୁ କାବୁ କରିଥିଲେ ଳ ପୋଲିସ ଘଟଣା ସ୍ଥଳୀରେ ପହଞ୍ଚିଥିଲା ଳସ୍ଥାନୀୟ ଲୋକେ ଆହତଙ୍କୁ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା କରାଇଥିଲେ ଳସେଠାରେ ଡ଼କ୍ଟର ତାଙ୍କୁ ଅନା ଦାସଙ୍କୁ ମୃତ ଘୋଷଣା କରିଥିଲେ, ଏବେ ଡ୍ରାଇଭର ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି l
