କଣାସ, ୨୬/୧୨: ପୁରୀ ଜିଲା ପିପିଲି କଣାସ ବ୍ଲକ ଗୋପୀନାଥପୁର ଗ୍ରାମରେ ବୋମା ମାଡ ହୋଇଛି । ଜମିବାଡି ବିବାଦକୁ ନେଇ ବୋମାମାଡ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଜମି ପାଣି ମଡାଇବାକୁ ନେଇ ଦୁଇ ପରିବାର ମଧ୍ୟରେ ଗତକାଲି ସନ୍ଧ୍ୟାରେ ପାଟି ତୁଣ୍ଡ ଲାଗିରହିଥିଲା । ଆଜି ସକାଳ ସମୟରେ ପ୍ରକାଶ ପ୍ରଧାନ ଦୋକାନକୁ ଯାଉଥିବା ସମୟରେ ଟୁଲୁ ପ୍ରଧାନ ୩ ଟି ବୋମା ପିଙ୍ଗିଥିଲା । ବୋମା ମାଡ଼ରେ ଦିଲୀପ ପ୍ରଧାନ ଓ ପ୍ରକାଶ ପ୍ରଧାନ ଦୁଇ ଭାଇ ଆହତ ହୋଇଥିବା ବେଳେ ସେହି ଗ୍ରାମର ସର୍ବେଶ୍ୱର ପ୍ରଧାନ ଆହାତ ହୋଇ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଛନ୍ତି ।ଖବର ପାଇଁ ଗଡ଼ିଶାଗୋଦା ଥାନା ଅଧିକାରୀ ସୁଧୀର କୁମାର ଦାସ ଉକ୍ତ ଗ୍ରାମରେ ପହଁଚି ବୋମା ପିଙ୍ଗିଥିବା ଟୁଲୁ ପ୍ରଧାନଙ୍କୁ ଧରି ଆଣି ଗଡ଼ିଶାଗୋଦା ଥାନାରେ ଅଟକ ରଖିଛନ୍ତି । ପ୍ରକାଶ ପ୍ରଧାନ ବୋମା ମାଡ଼ ସମ୍ପର୍କରେ ଗଡ଼ିଶାଗୋଦା ଥାନାରେ ଏତେଲା ଦେବାରୁ ଗଡ଼ିଶାଗୋଦା ଥାନା ଅଧିକାରୀ ମାମଲା ରୁଜୁ କରି ତଦନ୍ତ କରୁଛନ୍ତି ।
