ଜଙ୍ଗଲବାବୁଙ୍କ ଅମାପ ସମ୍ପତ୍ତି, କେଜିଏ ସୁନା ଜବତ

ଅପରାଧ ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ୱର, ୨୬/୧୨: କୋରାପୁଟର ବନ ବିଭାଗ ଫରେଷ୍ଟର ଶ୍ରୀ ନିରଞ୍ଜନ ଶତପଥୀଙ୍କ ଦ୍ୱାରା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକାଧିକ ଠିକଣାରେ ଚଢାଉ କରିଛି ଭିଜିଲାନ୍ସ ଟିମ୍‌ । ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଅନୁମତି ପରେ ଭିଜିଲାନ୍ସ ଟିମ୍‌ ଚଢାଉ କରିଛି । ଏଥିରେ ୬ଜଣ ଡିଏସପି, ୭ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଏକକାଳୀନ ତଲାସ କରାଯାଉଛି । ଜଗତସିଂହପୁର ଏବଂ କୋରାପୁଟ ଜିଲା ୫ଟି ସ୍ଥାନରେ ଚଢାଉ ହୋଇଛି । ଝାରପଡା ସ୍ଥିତି ଦୁଇଟି ବାସଭବନ, ଜଗତସିଂହପୁର ମୁକୁନ୍ଦପୁର ତାଙ୍କ ପୈତୃକ ଘର, କୋରାପୁଟ ଅନ୍ତର୍ଗତ ସେମିଲୁଗୁଡାରେ ତାଙ୍କର ସରକାରୀ କ୍ୱାର୍ଟର, କାର୍ଯ୍ୟାଳୟରେ ଚଢାଉ ଜାରି ରହିଛି । ଚଢାଉ ବେଳେ ଭୁବନେଶ୍ୱର ସ୍ଥିତ ବାସଭବନରେ ବିପୁଳ ସୁନା ଗହାଣା, ନଗଦ ଟଙ୍କା ଜବତ ହୋଇଛି ।

ଜଙ୍ଗଲବାବୁଙ୍କ ଅମାପ ସମ୍ପତ୍ତି, ଭୁବନେଶ୍ୱରରେ ୨ଟି ବହୁମହଲା କୋଠା, ୭ଟି ଉଚ୍ଚ ମୂଲ୍ୟର ପ୍ଲଟ, ପ୍ରାୟ ୧କିଲୋଗ୍ରାମ ସୁନା, ନଗଦ ୮.୭୦ଲକ୍ଷ ଟଙ୍କା ଠାବ ହୋଇଛି । ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର, ଜଗତସିଂହପୁର ଏବଂ କୋରାପୁଟ ଜିଲା ସ୍ଥିତ ନିରଞ୍ଜନ ଶତପଥୀଙ୍କ ୫ଟି ଠିକଣାରେ ଚଢାଉ କରିଥିଲା ।ସୂଚନା ଅନୁସାରେ ନିରଞ୍ଜନଙ୍କର ଭୁବନେଶ୍ୱର ଝାରପଡା ସ୍ଥିତ ୨ଟି ତିନି ମହଲା କୋଠା, ସେମିଳିଗୁଡାରେ ଏକ କୋଠା ରହିଛି । ନିରଞ୍ଜନଙ୍କ ଘରୁ ଏକ କିଲୋର ସୁନା ଗହଣା, ବ୍ୟାଙ୍କ, ଡାକ ଜମା ଏବଂ ଅନ୍ୟାନ୍ୟ ନିବେଶ ଏବଂ ୧ଚାରି ଚକିଆ ଓ ୩ ଦୁଇ ଚକିଆ ଯାନ ଠାବ ହୋଇଛି ।

Leave a Reply

Your email address will not be published. Required fields are marked *