86e8d36a Db1e 4995 B1b5 B93af3948c88

ଶତାବ୍ଦୀ ପୁରୁଷ ପଣ୍ତିତ ନଗେନ୍ଦ୍ର କୁମାର ଦାଶଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳୀ ସଭା

ରାଜ୍ୟ
Spread the love

ଜଗତସିଂହପୁର/ଝଙ୍କଡ଼ :  ବିଶିଷ୍ଟ ଶିକ୍ଷାବିତ୍ ଆଦର୍ଶ ସଂସ୍କୃତଶିକ୍ଷକ, କର୍ମକାଣ୍ଡ ପ୍ରବୀଣ, ଛାତ୍ରବତ୍ସଳ ତଥା ସର୍ଵଗୁଣ ସମ୍ପନ୍ନ ପଣ୍ତିତ ନଗେନ୍ଦ୍ର କୁମାର ଦାଶ ( ୧୦୧ ) ଙ୍କର ପଵିତ୍ର ଏକାଦଶାହ ଉପଲକ୍ଷେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳୀ ସଭା ସଅଁରl ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇଯାଇଛି। ଗତ ଶୁକ୍ରବାର ଦିନ ଅପରାହ୍ନରେ ଆୟୋଜିତ ଏହି ସଭାରେ ରାଜ୍ୟ ଜନଗଣନା ବିଭାଗ ର ପ୍ରାକ୍ତନ ନିର୍ଦ୍ଦେଶକ ନିରଞ୍ଜନ ପଣ୍ଡା ସଭାପତିତ୍ବ କରିଥିଲାବେଳେ, ସ୍ବର୍ଗତ ପଣ୍ତିତଙ୍କର ପୁରାତନ ଛାତ୍ର ପ୍ରାକ୍ତନ ପ୍ରଧାନଶିକ୍ଷକ ନରୋତ୍ତମ ଭୂୟାଁ ନିମନ୍ତ୍ରିତ ଅତିଥି ମାନଙ୍କୁ ମଞ୍ଚକୁ ସ୍ବାଗତ କରିଥିଲେ। ଫଟୋଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ ଓ ପୁଷ୍ପାର୍ଘ୍ୟ ଅର୍ପଣ କରାଯିବା ପରେ ଦିବଂ ଗତ ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା। ଗୋପାଳପୁର ଅଞ୍ଚଳର ଯୋଗୀନ୍ଦ୍ର ଦାସ ଓ ମାତା ଆଶାପୂର୍ଣା ଠାରୁ ଜନ୍ମଗ୍ରହଣ କରିଥିବା ନଗେନ୍ଦ୍ର ମାତ୍ର ବର୍ଷକର ଶିଶୁ ଥିଲା ବେଳେ ଜନ୍ମଦାତ୍ରୀ ମାଆଙ୍କୁ ହରାଇଥିଲେ। ଖ୍ୟାତନାମା ରାମ ପଣ୍ଡିତେ ଓ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପଣ୍ତିତ କୃପାସିନ୍ଧୁ ଆଚାର୍ଯ୍ୟ ଙ୍କ ନିକଟରେ ସାହିତ୍ୟ ସଂସ୍କୃତ ରେ ଶାସ୍ତ୍ରୀ ଶିକ୍ଷାଲାଭ ସହିତ ଆୟୁର୍ବେଦିକ ଶାସ୍ତ୍ରରେ ମଧ୍ୟ ଉପାଧି ପ୍ରାପ୍ତ ହୋଇଥିଲେ। ତତ୍ କାଳୀନ ମୂଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଦ୍ୱାରା ଗାନ୍ଧୀୟାନ ଏଜୁକେସନ ରେ ବି ଟି ଡିଗ୍ରୀ ହାସଲ କରିବା ପରେ କୋତିଆଁ, ଗୋପାଳ ପୁର, ମାଲଣ୍ଡ ଭାରତୀ ଆଦି ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷାଦାନ କରି ସଂଅରା ସ୍କୁଲ୍ ର ହେଡପଣ୍ତିତ ଭାବେ ତତ୍ କାଳୀନ ପ୍ରଧାନଶିକ୍ଷକ ଅନାମ ଚରଣ ଦାସ ଓ ରଘୁନାଥ ନାୟକ ଙ୍କର ଅନ୍ତରଙ୍ଗ ଘନିଷ୍ଠ ବଂଧୁ ଭାବରେ ପରିଚିତ ଥିଲେବୋଲି ଏହି ସ୍ମୃତି ଶ୍ରଦ୍ଧାଞ୍ଜଳୀ ସଭା ରେ ଯୋଗଦେଇଥିବା ନିମନ୍ତ୍ରିତ ଅତିଥି ଶିକ୍ଷକନେତା ଅକ୍ଷୟ କୁମାର ଦାସ, ପ୍ରାକ୍ତନ ଶିକ୍ଷକ ସୁନାକର ନାୟକ, ଆମ ଗାଆଁ ସାହିତ୍ୟ ସଂସଦ ର ପ୍ରତିଷ୍ଠାତା ଅଲେଖ ଚନ୍ଦ୍ର ବେହେରା , ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ , ଅଜୟ କୁମାର ଦାସ, ରବୀନ୍ଦ୍ର ନାଥ ରାଉତ , ବାବାଜୀ ଚରଣ ସାମଲ , ମନୋଜ କୁମାର ବେହେରା, ପୁର୍ବତନ ସରପଞ୍ଚ ମୃଣ୍ମୟ ସ୍ଵାଇଁ , ମହେନ୍ଦ୍ର କୁମାର ବିଶ୍ବାଳ, ପୂର୍ଣ୍ଣ ଚନ୍ଦ୍ର ବିଶ୍ବାଳ, ରବିନ୍ଦ୍ର ନାଥ ସାହୁ ଓ ଟୁକୁ ଦାସ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରେ ଉପସ୍ଥାପନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସ୍ବର୍ଗତ ପଣ୍ତିତ ଙ୍କ ପୁତ୍ର ତଥା ଦିଲ୍ଲୀ ଆୟକର ବିଭାଗର ମୁଖ୍ୟ କମିଶନର ରବିନାରାୟଣ ଦାଶ , ଶଶି ଭୂଷଣ ଦାଶ, ସୁଧାଂଶୁ ମୋହନ ଦାଶ, ସୁଧୀର ରଞ୍ଜନ ଦାଶ ଓ ପୁତ୍ରୀ କାଞ୍ଚନବାଳl ଦାଶ ଙ୍କ ସମେତ ସମସ୍ତ ଗ୍ରାମବାସୀ ଓ ଆତ୍ମୀୟ ସ୍ୱଜନ ମାନେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *