Add72b5e 6efc 4837 9316 6c9bba975afa

ସାରଳାଙ୍କ ପ୍ରାଚୀନ ଚାପଖେଳ ଡ଼ଙ୍ଗାର ସ୍ମୃତିରକ୍ଷା ପାଇଁ ଦାବୀ

ରାଜ୍ୟ
Spread the love

ଝଙ୍କଡ଼ :  ଦୀର୍ଘ ବର୍ଷ ବର୍ଷ ଧରି ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ଚନ୍ଦନ ଯାତ୍ରା ଉପଲକ୍ଷେ ଚନ୍ଦନ ପୁଷ୍କରିଣୀ ରେ ଚାପଖେଳ ପାଇଁ ବ୍ୟବହୃତ ହେଉଥିବା ଡଙ୍ଗାଟି ପୁରୁଣା ହୋଇଯିବାରୁ ସାରଳାମଣ୍ଡଳ କୈବର୍ତ୍ତ ମହାସଂଘ ର ସଭାପତି ପ୍ରହ୍ଲାଦ ଚନ୍ଦ୍ର ବେହେରା ଙ୍କ ତତ୍ବାବଧାନରେ , ପାରାଦ୍ଵୀପ ଗଡ ଠାରେ କୁଶଳୀ କାରିଗର ମାନଙ୍କ ଦ୍ଵାରା ଆଉ ଏକ ନୂତନ ଡ଼ଙ୍ଗା ନିର୍ମାଣ କରାଯାଇ, ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ସାରଳାପୀଠରେ ପହଞ୍ଚିଥିଲା । ଏହି ନବନିର୍ମିତ ଡଙ୍ଗାରେ ଚକିତବର୍ଷ ଚନ୍ଦନ ଯାତ୍ରା ରେ ଚାପଖେଳ କରାଯାଉଥିଲା। ମାତ୍ର ପୁରାତନ ଡ଼ଙ୍ଗା ଟି ବର୍ତ୍ତମାନ ଚନ୍ଦନ ପୁଷ୍କରିଣୀ ଘାଟ ନିକଟରେ ପଡିରହିଥିବା ର ଦେଖିବାକୁ ମିଳୁଛି। ତେବେ ପୁର୍ବରୁ ବ୍ୟବହୃତ ଏହି ଡ଼ଙ୍ଗା ଟି ଯଦି ସାମାନ୍ୟ ମରାମତି କରାଯାଇ , ପ୍ରାଚୀନ ସ୍ମୃତି ଭାବରେ କୌଣସି ଏକ ସ୍ଥାନରେ ସଂରକ୍ଷିତ ରଖାଯାଇ ପାରନ୍ତା।

ତେବେ ପର୍ଯ୍ୟଟକ ଓ ଯାତ୍ରୀ ମାନଙ୍କ ପାଇଁ ଆକର୍ଷଣ ର ଅନ୍ୟତମ ମାଧ୍ୟମ ହୋଇ ପାରନ୍ତା। ତେଣୁ ଏହି ପ୍ରାଚୀନ ଡ଼ଙ୍ଗାର ସ୍ମୃତି କୁ ଉଦଯିବିତ କରି ରଖିବା ପାଇଁ ସାରଳା ମଣ୍ଡଳ କୈବର୍ତ୍ତ ମହାସଂଘ ଓ ସାରଳା ମନ୍ଦିର ପ୍ରଶାସନ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି। ଏଥି ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ମା ସାରଳା ଙ୍କ ବରିଷ୍ଠ ସେବାୟତ ଲକ୍ଷ୍ମୀଧର ମହାପାତ୍ର, ହରେକୃଷ୍ଣ ନାୟକ , ଦୁର୍ଗା ଚରଣ ରାଉଳ, ସେବାୟତ ସଂଘର କର୍ମକର୍ତ୍ତା ବିଜୟ କୁମାର ରାଉଳ, ରଞ୍ଜନ କୁମାର ରାଉଳ, ହରେକୃଷ୍ଣ ରାଉଳ , ତ୍ରିଲୋଚନ ରାଉଳ, ବିଶ୍ୱରଂଜନ ରାଉଳ, ସଚ୍ଚିଦାନନ୍ଦ ନାୟକ, ବିଷ୍ଣୁ ଚରଣ ରାଉଳ, ପାଲାଗାୟକ ଗୋଲକ ଚନ୍ଦ୍ର ନାୟକ , ଦେବୀ ପ୍ରସାଦ ରାଉଳ, ଦାମୋଦର ରାଉଳ ଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଓ ସଂସ୍କୃତି ପ୍ରେମୀ ଜନସାଧାରଣ ଦୃଢ଼ ଦାବୀ କରିଅଛନ୍ତି ।

Leave a Reply

Your email address will not be published. Required fields are marked *