ଧର୍ମପ୍ରାଣା ମହିଳା ଶାନ୍ତିସୁଧା ମହାପାତ୍ରଙ୍କ ପରଲୋକରେ ଶୋକ

ରାଜ୍ୟ
Spread the love

ଝଙ୍କଡ଼  :  ତିର୍ତ୍ତୋଲ ବ୍ଲକ୍ ତେନ୍ତୁଳିପଦା ପଞ୍ଚାୟତ ଅନ୍ତର୍ଗତ ରଥିପୁର ଗ୍ରାମର ଛାତ୍ରନେତା ଦେବୀପ୍ରସାଦ ମହାପାତ୍ରଙ୍କ ମାଆ ତଥା ରମାକାନ୍ତ ମହାପାତ୍ର (ଟୁନିଆ)ଙ୍କ ଧର୍ମପତ୍ନୀ ଶାନ୍ତିସୁଧା ମହାପାତ୍ର (୭୨)ଙ୍କର ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ପରଲୋକ ଘଟିଛି।

ସ୍ୱର୍ଗତା ମହାପାତ୍ର ଜଣେ ଆଦର୍ଶ ଗୃହିଣୀ, ଧର୍ମପ୍ରାଣା, ପରୋପକାରୀ ତଥା ସ୍ନେହମୟୀ ମହିଳା ଭାବେ ଅଞ୍ଚଳରେ ବେଶ୍ ପରିଚିତ ଥିଲେ। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ତାଙ୍କ ସ୍ମୃତି ପ୍ରତି ସମ୍ମାନ ଜଣାଇ ମଙ୍ଗଳବାର ଦିନ ରଥିପୁର ଏବଂ ସାରଳାରୋଡ୍‌ର ସମସ୍ତ ଦୋକାନ ବଜାର ସ୍ୱତଃସ୍ଫୂର୍ତ୍ତ ଭାବେ ବନ୍ଦ ରହିଥିଲା।

ସ୍ୱର୍ଗତା ମହାପାତ୍ରଙ୍କ ଶେଷଦର୍ଶନ ନିମନ୍ତେ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ତିର୍ତ୍ତୋଲ କୁମାରୋତ୍ସବ କମିଟିର ସଭାପତି ବିମଳ ମହାପାତ୍ରଙ୍କ ସମେତ ବିଭିନ୍ନ ବଜାର କମିଟିର କର୍ମକର୍ତ୍ତା, ବହୁ ଜନପ୍ରତିନିଧି, ତିର୍ତ୍ତୋଲ କଲେଜ ତଥା ବିଭିନ୍ନ ଶିକ୍ଷାନୁଷ୍ଠାନର ଅଧ୍ୟାପକ, ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ଶେଷରେ ଏକ ଅତ୍ୟନ୍ତ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା ସମ୍ପନ୍ନ ହୋଇଥିଲା।

Leave a Reply

Your email address will not be published. Required fields are marked *