ଦରିଦ୍ରନାରାୟଣ ସେବାସଙ୍ଘ ବୈଠକ: ପରିବେଶ ସୁରକ୍ଷା ଓ ବୃକ୍ଷରୋପଣ ଉପରେ ଗୁରୁତ୍ୱ

ରାଜ୍ୟ
Spread the love

ଝଙ୍କଡ଼  : ତିର୍ତ୍ତୋଲ ବ୍ଲକ କନକପୁର ପଞ୍ଚାୟତ ଅଧୀନ ତରାପୁରସ୍ଥିତ ‘ଦରିଦ୍ରନାରାୟଣ ସେବାସଙ୍ଘ’ ଆନୁକୂଲ୍ୟରେ ପରିବେଶ ସୁରକ୍ଷା ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମାଲଣ୍ଡ ଭାରତୀ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।

ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ଧୁନଚନ୍ଦ୍ର ସେନାପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସମ୍ପାଦକ ଦିଗମ୍ବର ରାଉତ ପୂର୍ବ ଅଧିବେଶନର ବିବରଣୀ ପାଠ କରିଥିଲେ। ଦିନକୁ ଦିନ ବୃକ୍ଷଶୂନ୍ୟତା ଯୋଗୁଁ ପରିବେଶ ପ୍ରଦୂଷିତ ହେବା ସହ ପ୍ରାକୃତିକ ବିପର୍ଯ୍ୟୟ ବୃଦ୍ଧି ପାଉଥିବାରୁ ଏହା ଧନଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ନେଇ ବୈଠକରେ ଚିନ୍ତା ପ୍ରକଟ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ସଙ୍ଘ ପକ୍ଷରୁ ବିଭିନ୍ନ ଶିକ୍ଷାନୁଷ୍ଠାନ, ଧର୍ମପୀଠ ତଥା ରାସ୍ତାକଡ଼ରେ ଛାୟାପ୍ରଦ ବୃକ୍ଷରୋପଣ କରିବା ପାଇଁ ସଭାପତିଙ୍କ ଦ୍ୱାରା ଆଗତ ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା।

ଏହି ଆଲୋଚନାରେ ଅବସରପ୍ରାପ୍ତ ଶିକ୍ଷକ ପ୍ରହଲ୍ଲାଦ ନାୟକ, ଭୀମସେନ ବିଶ୍ୱାଳ, ହାଡ଼ିବନ୍ଧୁ ବେହେରା, ରାଜକିଶୋର ଦାଶ, ନାରାୟଣ ପ୍ରସାଦ ପଣ୍ଡା, କୁମରବର ସେନାପତି, ରବୀନ୍ଦ୍ରନାଥ ସିଂହ, ସୁଦର୍ଶନ ନାୟକ, ସାରଦା ନାୟକ, ଅନ୍ନଦା ବିଶ୍ୱାଳ ଏବଂ ଶତ୍ରୁଘ୍ନ ନାୟକ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ।

କାର୍ଯ୍ୟକ୍ରମରେ ଗରାମ ପଞ୍ଚାୟତର ସରପଞ୍ଚ ପ୍ରଦ୍ୟୁମ୍ନ କିଶୋର ଚଇନି ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ କର୍ମକର୍ତ୍ତାମାନଙ୍କ ଏହି ଲୋକହିତକର ପ୍ରୟାସକୁ ପ୍ରଶଂସା କରିବା ସହ ଉତ୍ସାହିତ କରିଥିଲେ। ଶେଷରେ କ୍ଷୀରୋଦ ଚନ୍ଦ୍ର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *