51a2f838 Aed9 44cb Bbb4 92f47683bfda

ଚୋରା ବାଲି ଚାଲାଣ ପ୍ରତିବାଦରେ କଂଗ୍ରେସ ପକ୍ଷରୁ ବୟାଳିଶ୍ ମୌଜା ଥାନା ଘେରାଉ

ରାଜ୍ୟ
Spread the love

କଟକ ସଦର  : କଟକ ବୟାଳିଶ ମୌଜା ଅଞ୍ଚଳ ରେ ବ୍ୟାପକ ଚୋରା ବାଲି ଚାଲାଣ ଓ ଆଇନ୍ ଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗରେ କଟକ ସଦର ନିର୍ବାଚନ ମଣ୍ଡଳୀ ର ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ ରାମ ଚନ୍ଦ୍ର ଗୋଚ୍ଛାୟତ ଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ ବୟାଳିସ୍ ମୌଜା ଥାନାରେ ପହଞ୍ଚି ଥାନା ଘେରାଉ କରିବା ସହ ଚୋରା ବାଲି ଚାଲାଣ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଦାବୀ କରି ପୋଲିସ ମହାନିର୍ଦ୍ଦେଶକ ଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବୀପତ୍ର ପ୍ରଦାନ କରାଯାଇଥିଲା । ବୟାଳିସ୍ ମୌଜା ଦେଇ ପ୍ରବାହିତ ହେଉଥିବା କାଠଯୋଡି ଓ ସିଢୁଆ ନଦୀ ର ବିଭିନ୍ନ ସ୍ଥାନରେ ନଦୀ ଶଯ୍ୟା ରୁ ସରକାର ବାଲିଘାଟ ନିଲାମ କରି ରାଜକୋସ କୁ ଟିକସ ପାଆନ୍ତି ।ପୂର୍ବରୁ ଏହି ବାଲିଘାଟ ନିଲାମ ତହସିଲ ଅଧିନରେ ହେଉଥିବା ବେଳେ ଏବେ କିଛି ମାସ ହେବ ସରକାର ତହସିଲ ପରିବର୍ତ୍ତେ ଖଣି ବିଭାଗକୁ ଦାୟୀତ୍ବ ହସ୍ତାନ୍ତର କରିଛନ୍ତି ।ଏବେ ଅନେକ ସ୍ଥାନରେ ବାଲିଘାଟ ନିଲାମ ପ୍ରକ୍ରିୟା ବନ୍ଦ ରହିଛି ।ରାସ୍ତା ଘାଟ,ଘରଦ୍ୱାର,ପୋଲ ଇତ୍ୟାଦି ପାଇଁ ବାଲି ଅପରିହାର୍ଯ୍ୟ । ସଂପ୍ରତି ଦୈନନ୍ଦିନ ବିଭିନ୍ନ ବାଲି ଶଯ୍ୟାରୁ ବାଲି ମାଫିଆମାନେ ବଡ଼ବଡ଼ିଆ ସରକାରୀ ବାବୁ,ସ୍ଥାନୀୟ ଥାନା,ଓ ରାଜନୈତିକ ବ୍ୟକ୍ତି ଙ୍କ ପୃଷ୍ଠପୋଷକତାରେ ଶହ ଶହ ଟ୍ରିପ୍ ଚୋରା ବାଲି ଚାଲାଣ ହେଉଛି ।ଯାହା ଫଳରେ ବାଲି ମାଫିଆ ମାନେ ମାଲେମାଲ ହେଉଥିବା ବେଳେ ସାଧାରଣ ଲୋକେ ଶୋଷିତ ହେବା ସହ ସରକାର ଲକ୍ଷଲକ୍ଷ ଟଙ୍କା ଟିକସ ହରାଉଛନ୍ତି ।ଗୋଟିଏ ଟ୍ରିପ ବାଲି କୁ ୭୦୦ ଟଙ୍କା ପରିବର୍ତ୍ତେ ୧୫୦୦ ଟଙ୍କା ଦେଇ କିଣିବାକୁ ବାଧ୍ୟ ହେଉଛନ୍ତି ଲୋକେ ।

ବୟାଳିସ୍ ମୌଜା ଅଞ୍ଚଳରେ ଚୋରାବାଲି ଚାଲାଣକାରୀ ମାଫିଆ ମାନଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢି ବଢି ଚାଲିଛି ।ଏଥିସହିତ ମାଫିଆ ମାନେ ନଦୀ ଶଯ୍ୟାରୁ ମନଇଚ୍ଛା ବାଲି ଉତ୍ତୋଳନ କରିବା ସହ ବଡ଼ ବଡ଼ ଭାରୀଯାନ ହାଇୱା ଗାଡ଼ି ଅହରହ ଚାଲିବା ଦ୍ୱାରା ନଦୀବନ୍ଧ ମଧ୍ୟ ଦୁର୍ବଳ ହେଉ ଥିବା କଂଗ୍ରେସ ଅଭିଯୋଗ ଆଣିଛି । ସଦ୍ୟ ସରକାର ଥାନାପୋଲିସ କୁ ଆହୁରି ଅଧିକ କ୍ଷମତା ପ୍ରଦାନ କରିବାକୁ ମଧ୍ୟ ଯୋଜନା କରୁଛନ୍ତି ।ସମସ୍ତ ଗାଡ଼ି ଯାଞ୍ଚ କରିବାର କ୍ଷମତା ଦିଆଯାଇଛି ।ତେଣୁ ପୋଲିସ ସ୍ବଚ୍ଛତା, ସଚ୍ଚୋଟତା ଅବଲମ୍ବନ କରିବା ସହ ବୟାଳିସ ମୌଜା ଅଞ୍ଚଳରେ ଚୋରାବାଲି ଚାଲାଣ କୁ ସମ୍ପୂର୍ଣ ଭାବେ ରୋକିବା ସହ ଚୋରା ବାଲି ଚାଲାଣ କାରୀ ମାଫିଆଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ନେତୃମଣ୍ଡଳୀ ଦାବୀ କରି ପୋଲିସ ମହାନିର୍ଦ୍ଦେଶକ ଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବୀପତ୍ର ଥାନାଧିକାରୀ ଗିରିଶ ଚନ୍ଦ୍ର ମହାରଣା ଙ୍କ ଜରିଆରେ ପ୍ରଦାନ କରାଯାଇଥିଲା ।ବାଲି ମାଫିଆଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ର ବରିଷ୍ଠ ଉପସଭାପତି ଶିଶିର ରଥ,ମନୋଜ ବିଶ୍ଵାଳ ଓ ରାଜେଶ୍ ସ୍ୱାଇଁ, କଟକ ନଗର(ଜିଲ୍ଲା)କଂଗ୍ରେସ ର ମୁଖ୍ୟ ମୁଖପାତ୍ର ମାନସ ପରିଡ଼ା,ନଗର କଂଗ୍ରେସ ସାଧାରଣ ସମ୍ପାଦକ ନିର୍ମଳ ସ୍ୱାଇଁ ଓ ଜୟ ନାରାୟଣ ତ୍ରୀପାଠୀ,ବ୍ଲକ୍ ସଭାପତି ବିପନ ପଶାୟତ,କଟକ ନଗର ଯୁବ କଂଗ୍ରେସ ସଭାପତି ଆଡଭୋକେଟ୍ ବିପ୍ଳବ ଶିଳାଦିତ୍ୟ,ବରିଷ୍ଠ କଂଗ୍ରେସନେତା ଦୁର୍ଗା ଶଙ୍କର ଦାସ,ମଧୁସୂଦନ ସେନାପତି,ସଦର ବ୍ଲକ୍ କଂଗ୍ରେସ ର କାର୍ଯ୍ୟକାରୀ ସଭାପତି ସୀତାକାନ୍ତ ପଣ୍ଡା,ଙ୍କ ସମେତ ୠଷି କାଣ୍ଡି, ସବୀର ମହମ୍ମଦ,ସୁବ୍ରତ ଦାସ,ଅନୀଲ ଦାସ,ମିର୍ଜା ତାହିର ବେଗ୍, ନରି ମଲ୍ଲିକ,ରମେଶ ଭୋଇ,ଅଶୋକ ରାଉତ୍,ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଆଇନ୍ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ ।

Leave a Reply

Your email address will not be published. Required fields are marked *