ଦାମ୍ପତ୍ୟ କଳହର ପରିଣତି: ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ଵାମୀ

ଅପରାଧ ବଲାଙ୍ଗୀର ରାଜ୍ୟ
Spread the love

ଦେଓଗାଁ, ୨୫/୧୨:ସନ୍ଧ୍ୟାରେ ଖାଇପିଇ ଆରାମରେ ଶୋଇଥିଲେ ସ୍ଵାମୀ ଓ ସ୍ତ୍ରୀ। ରାତିରେ ଆରମ୍ଭ ହୋଇଥିଲା ଦୁହିଁଙ୍କ ଭିତରେ ଝାମେଲା। ରାଗ ଜର ଜର ହୋଇଥିବା ସ୍ବାମୀ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି କରିଥିଲା ହତ୍ୟା।ଏଭଳି ଏକ ହତ୍ୟାକାଣ୍ଡ ଘଟିଛି ବଲାଙ୍ଗିର ଜିଲ୍ଲାର ଦେଓଗାଁ ଥାନା ଗାଇବାହାଲ ପଞ୍ଚାୟତର ଜୂର୍ଲା କାନି ଗାଁରେ। ଏହି ଗାଁର ମାଧବ ମଲ୍ଲିକ ନିଜ ସ୍ତ୍ରୀ ତପଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରି ଶବ ନେଇ ଅନ୍ୟତ୍ର ଫିଙ୍ଗି ଦେବାକୁ ଚେଷ୍ଟା କରୁଥିବା ବେଳେ ସମ୍ପର୍କୀୟ ଭାଇ ହାତରେ ଧରା ପଡ଼ିଥିଲେ।

ଏହି ମାମଲାରେ ପୁଲିସ ଅଭିଯୁକ୍ତ ସ୍ଵାମୀକୁ ଗିରଫ କରିଛି। ତେବେ ସେ ଅସୁସ୍ଥ ଥିବାରୁ ତାଙ୍କୁ ବଲାଙ୍ଗୀର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣା ପଡ଼ିଛି । ତେବେ ଘଟଣା ସ୍ଥଳରେ ଦେଓଗାଁ ପୁଲିସ ପହଞ୍ଚି ଶବକୁ ଜବତ କରି ହତ୍ୟାକାଣ୍ଡକୁ ନେଇ ତନାଘନା ଚଳାଇଛି। ଏପରିକି ସାଇଣ୍ଟିଫିକ ଟିମ୍ ଆସି ତଦନ୍ତ ଚଳାଇଛନ୍ତି। ଏନେଇ ପୁଲିସ ଅଧିକ କିଛି ତଥ୍ଯ ଦେଇନଥିବା ବେଳେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *