ବାଲେଶ୍ୱର, ୨୭/୧୨ : ବାଲେଶ୍ୱର ସହରରେ ଯୁବକଙ୍କୁ ହତ୍ୟା ସନ୍ଦେହ କରାଯାଉଛି । ବାଲେଶ୍ଵର ଜିଲ୍ଲା ସହଦେବଖୁଣ୍ଟା ଥାନା ଅଧୀନ ଏକ ହୋଟେଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ବେତନଟୀ ଥାନା ଦାନ୍ତିଆମୁଁହା ଫାଣ୍ଡି ଜାମବଣୀ ଅଞ୍ଚଳର ଆକାଶ ମହାନ୍ତ ବୋଲି ଜଣାପଡିଛି। ସୂଚନା ଅନୁସାରେ ହୋଟେଲର ତୃତୀୟ ମହଲା ରୁମ୍ ନମ୍ବର ୫୦୨ରେ ଆକାଶଙ୍କ ସହିତ ଅନ୍ୟଜଣେ ଯୁବକ ଓ ଯୁବତୀ ରହିଥିଲେ । ଦୁଇ ଦିନ ତଳେ ନକଲି ପରିଚୟ ପତ୍ର ଦେଇ ସମସ୍ତେ ହୋଟେଲରେ ରହିଥିଲେ ।ଗତକାଲି ରୁମ୍ ନ ଖୋଲିବାରୁ ସନ୍ଦେହ କରି ହୋଟେଲ୍ ମାଲିକ ପୁଲିସ୍ କୁ ଖବର ଦେଇଥିଲେ । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାରେ ଜଣେ ଯୁବକଙ୍କୁ ଅଟକ ରଖିଛି । ତେବେ ଏଥିରେ ଜଡ଼ିତ ଥିବା ଯୁବତୀ ଜଣକ ଫେରାର ହୋଇ ଯାଇଥିବାରୁ ତାଙ୍କର ସମ୍ପୃକ୍ତି ନେଇ ପୁଲିସ୍ ସନ୍ଦେହ କରିଛି । ଅଟକ ଥିବା ଯୁବକ, ଫେରାର ଥିବା ଯୁବତୀ ଓ ମୃତ ଆକାଶ ସମସ୍ତେ ଗୋଟିଏ ଗାଁର ବୋଲି ସୂଚନା ମିଳିଛି ।
