କାର ଧକ୍କାରେ ଦୁଇ ଛାତ୍ରୀଙ୍କ ମୃତ୍ୟୁ

ଅପରାଧ କେନ୍ଦୁଝର ଜିଲା ଖବର ରାଜ୍ୟ
Spread the love

କଟକ, ୮/୧୧: କାର ଧକ୍କାରେ ପ୍ରାଣ ହରାଇଛନ୍ତି ଦୁଇ ଜଣ କଲେଜ ଛାତ୍ରୀ। ଶନିବାର ୨୦ ନମ୍ବର ଜାତୀୟ ରାଜପଥର ବାରିଗାଁ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତା ଛାତ୍ରୀ ଦ୍ଵୟ ହେଲେ। ସେମାନେ କନକମଞ୍ଜରୀ ମହିଳା ମହାବିଦ୍ୟାଳୟରେ ପଢୁଥିଲେ। ଉଭୟେ ସାଇକେଲ ଯୋଗେ ବେଲବାହାଳିସ୍ଥିତ ନିଜ ଘରକୁ ଫେରିବା ସମୟରେ କାର ଧକ୍କା ଦେଇଥିଲା। ଏହି ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକୋ କରିଥିଲେ। ଖବରପାଇ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲା।

Leave a Reply

Your email address will not be published. Required fields are marked *