ଗୋବିନ୍ଦପୁର ପାଣିପଞ୍ଚାୟତ ପକ୍ଷରୁ ଜଳସଂଗକ୍ଷଣ ସଚେତନତା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଜ୍ୟ
Spread the love

ଝଙ୍କଡ଼  : ତିର୍ତ୍ତୋଲବ୍ଲକ, ଗୋବିନ୍ଦପୁର ପାଣି ପଞ୍ଚାୟତ ପକ୍ଷରୁ, ପ୍ରଧାନମନ୍ତ୍ରୀ ଙ୍କ ଜନ୍ମଦିନ ପାଳନ ଉପଲକ୍ଷେ, ଜଳସମ୍ପଦବିଭାଗ ମହାନଦୀ ସାଉଥ ବିଭାଜନ ର ଅଧିକ୍ଷଣଯନ୍ତ୍ରୀ ଇଂ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ତିର୍ତ୍ତୋଲ ମଣିଜଙ୍ଗା ର ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ପ୍ରତ୍ୟୁଷ କୁମାର ତରାଇ ଓ ସହକାରୀ ଯନ୍ତ୍ରୀ ଇଂ ତପନ କୁମାର ସ୍ୱାଇଁ ଙ୍କ ମାର୍ଗଦର୍ଶନ ରେ ବାରନମ୍ବର ସାରଳାକେନାଲ ବନ୍ଧରେ ବୃକ୍ଷରୋପଣ, କେନାଲ ର ଉଭୟପାର୍ଶ୍ଵ ସଫେଇ, ଓ ଜଳସଂରକ୍ଷଣ ତଥା ଏହାର ଉପଯୋଗୀତା ବିଷୟରେ ସଚେତନତା କାର୍ଯ୍ୟକ୍ରମ ଗତ ଗୁରୁବାର,ବିଶ୍ୱକର୍ମାପୂଜାଦିନ ଅନୁଷ୍ଠିତ ହୋଇଯାଇଛି l

ଗୋବିନ୍ଦପୁର ପାଣିପଞ୍ଚାୟତ ର ସଭାପତି ରଶ୍ମିରଂଜନ ପରିଜା ଙ୍କ ପ୍ରତକ୍ଷ୍ୟତତ୍ତ୍ୱାବଧାନ ରେ ଓ ସମ୍ପାଦକ କୈଳାଶ ମହାନ୍ତି ଙ୍କ ସହଯୋଗରେ, ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୋବିନ୍ଦପୁର, ଖଣତଙ୍ଗ, ପୂବପଡା, ପୋଡ଼ପଡା, ରାଉଳପଡା, ହରସିଂହପୁର ଓ ମୂଳିସିଂହ ଆଦି ଗ୍ରାମର ଶତାଧିକ ଚାଷୀ ଅଂଶଗ୍ରହଣ କରି, ଜଳସଂରକ୍ଷଣ ଓ ଉପଯୋଗୀତା ସବିଶେଷ ତଥ୍ୟବିଷୟରେ ଜାଣିବାର ସୁଯୋଗ ଲାଭକରିଥିଲେ l

Leave a Reply

Your email address will not be published. Required fields are marked *