ଝଙ୍କଡ଼ : ତିର୍ତ୍ତୋଲବ୍ଲକ, ବିରିତୋଳପଞ୍ଚାୟତ ଅଧିନ, ରସୁଲପୁର, ଅବଦୁଲ ରହିମ ସରକାରୀ ଉଚ୍ଚବିଦ୍ୟାଳୟ ର ସପ୍ତମଶ୍ରେଣୀରେ ପାଠପଢ଼ୁଥିବା, ତେରବର୍ଷ ବୟସର ନାଁ ବାଳକ ଶେଖ ନଓ୍ୱାଜଙ୍କୁ ବେଆଇନିଭାବରେ ସ୍କୁଲହତା ଭିତରେ ପଶି ମରଣାନ୍ତକ ମାଡମାରିଥିବା ମହିଳା ଅନୱାରୀ ବେଗମ ଙ୍କ ବିରୁଦ୍ଧରେ ଗତ ନଅତାରିଖରେ ଲିଖିତଅଭିଯୋଗ କରାଯାଇଥିଲେ ମଧ୍ୟ ଏହି ଅମାନବୀୟ ଘଟଣା ର ଦୀର୍ଘ ଦଶଦିନ ବିତିଯାଇଥିଲେ ମଧ୍ୟ ତିର୍ତ୍ତୋଲ ପୋଲିସ ତରଫରୁ ଆଜିପର୍ଯ୍ୟନ୍ତ ଅଭିଯୁକ୍ତ ଙ୍କୁ ଗିରଫ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି l
ଏହି ଘଟଣା ଘଟିବାର କିଛିଦିନ ପରେ ଅନୱାରୀ ବେଗମ ଙ୍କର ଜଣେ ସମ୍ପର୍କୀୟ ବିଦେଶରେ ରହି ଘଟଣାର ମୋଡ଼ବଦଳାଇବା ପାଇଁ, ଅନୁୱାରୀ ବେଗମ ଙ୍କ ବିରୁଦ୍ଧରେ ଆଇନୀଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବୀ କରୁଥିବା ଗ୍ରାମବାସୀ ମାନଙ୍କ ବିରୁଦ୍ଧରେ ତାଙ୍କର ଜଣେ ସତରବର୍ଷ ବୟସର ଭଉଣୀ ଉପରେ ଅତ୍ୟାଚାର କରାଯାଇଛି ବୋଲି, ତିର୍ତ୍ତୋଲ ଥାନା ଓ କନକପୁର ପୋଲିସ ଫାଣ୍ଡି କୁ ଡାକଯୋଗେ ଏତେଲା ପଠାଇଦେବା ସହିତ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯାଇଛି ବୋଲି କେତକ ଗଣମାଧ୍ୟମ ରେ ଖବର ପ୍ରକାଶ କରିଵା ସହିତ ସେଥିରେ ପୋଲିସପ୍ରଶାସନ ଉପରେ ମଧ୍ୟ ମିଥ୍ୟା ଦୋଷାରୋପ କରିଛନ୍ତି l
ଚୋର ମଚାଏ ସୋର ଭଳି ନିରୀହ କୋମଳମତି ନାବାଳକ କୁ ସ୍କୁଲହତାରେ ପଶି ମାଡ଼ମାରି, ପୋଲିସ ହାତରୁ ଖସିଯିବା ପାଇଁ ଇଏ ଗୋଟିଏ ଅଭିନଵ ଷଡଯନ୍ତ୍ର ଓ ଚାଲ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି l ତେବେ ଘଟଣା ର ସତ୍ୟାସତ୍ୟ କୁ ନିରପେକ୍ଷ ତଦନ୍ତ କରି, ଦୃଢ ଆଇନୀଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ସାଧାରଣରେ ଦାବୀ ହେଉଛି l
