“ଶ୍ରୀମାଧବ ସେବାଶ୍ରମ”ରେ ରଜ ମହୋତ୍ସବ ୨୦୨୬ ଅନୁଷ୍ଠିତ ହୋଇଯାଇଛି

ରାଜ୍ୟ
Spread the love

କଟକ : କଟକ ୪୨ ମୌଜା ଝିଙ୍କିରିଆ ଠାରେ ଅବସ୍ଥିତ ଶ୍ରୀମାଧବ ସେବାଶ୍ରମ”ରେ ବହୁ ଆଡମ୍ବର ସହିତ ଆଶ୍ରମବାସୀଙ୍କୁ ନେଇ ତିନିଦିନ ଧରି ରଜ ମହୋତ୍ସବ ୨୦୨୬ ଅନୁଷ୍ଠିତ ହୋଇଯାଇଛି। ଆଶ୍ରମ ର ମୁଖ୍ୟ ପରିଚାଳିକା ସମାଜସେବୀ ଶ୍ରୀମତୀ ଚିନ୍ମୟୀ ପଟ୍ଟନାୟକ ଆଶ୍ରମବାସୀ ଙ୍କୁ ନୂତନ ବସ୍ତ୍ର, ପିଠା, ମିଠା, ରଜ ପାନ, ବିଭିନ୍ନ ପ୍ରକାର ଫଳ ଦେବା ସହିତ ଆଶ୍ରମ ଭିତରେ ଏକ ଦୋଳି ପ୍ରସ୍ତୁତ କରି ଅନ୍ତେବାସୀଙ୍କୁ ଖୁସି ପ୍ରଦାନ କରିଥିଲେ। ଗତ ଜୁନ୍ ୧୪ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ତିନିଦିନ ବ୍ୟାପୀ ବହୁ ଆଡମ୍ବର ସହିତ ରଜପର୍ବ ପାଳନ କରିଥିଲେ। ଏହି ଅବସରରେ ବହୁ ମାନ୍ୟଗନ୍ୟ ବ୍ୟକ୍ତି, ସମାଜ ସେବୀ, ସାମ୍ବାଦିକ ଭାଇଭଉଣୀ, ବୁଦ୍ଧିଜୀବି ଓ ଆଖପାଖ ଅଞ୍ଚଳର ଗ୍ରାମବାସୀ ଉପସ୍ଥିତ ରହି ଅନ୍ତେବାସୀଙ୍କୁ ଖୁସି ପ୍ରଦାନ କରିବା ସହିତ ତାଙ୍କୁ ସ୍ୱାଦିଷ୍ଟ ଖାଦ୍ୟ ଖୁଆଇ ଆଶୀର୍ବାଦ ଭିକ୍ଷା ଲାଭ କରିଥିଲେ ।

ଆଶ୍ରମ ତରଫରୁ ଏହି ତିନିଦିନ ମଧ୍ୟରେ କବିତା ପାଠ, ପିଲାମାନଙ୍କ ମଧ୍ୟରେ ନୃତ୍ୟ ପ୍ରତିଯୋଗିତା ଏବଂ ମହିଳାମାନଙ୍କ ମଧ୍ୟରେ ରଜ ଦୋଳି ଗୀତ ପ୍ରତିଯୋଗିତା କରାଯାଇଥିଲା। ସମାଜ ସେବାରେ ଉଲ୍ଲେଖନୀୟ ଅବଦାନ ଏବଂ ଆଶ୍ରମ ଅନ୍ତେବାସୀଙ୍କ ପ୍ରତି ଭଲପାଇବାକୁ ଧ୍ୟାନରେ ରଖି କିଛି ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ରଜ ମହୋତ୍ସବର ଶେଷ ଦିବସର ସନ୍ଧ୍ୟା ସମୟରେ ରାଧାକୃଷ୍ଣଙ୍କ ଯୁଗଳ ନୃତ୍ୟ ସମସ୍ତଙ୍କ ମନ ମୋହିଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉଚ୍ଚନ୍ୟାୟାଳୟର ଆଇନଜିବୀ ସୁରେଶ କୁମାର ପଣ୍ଡା ଯୋଗ ଦେଇଥିବା ବେଳେ ବିଶିଷ୍ଟ ସମାଜ ସେବୀ ପ୍ରମୋଦ କୁମାର ନାୟକ ଯୋଗଦେଇଥିଲେ। ଶ୍ରୀମତୀ ପଟ୍ଟନାୟକ କହିଛନ୍ତି:- ” ଏହି ଉତ୍ସବଟି ତାଙ୍କର ଚିରସ୍ମରଣୀୟ ହୋଇ ରହିବ” । ‘ରଜ ମହୋତ୍ସବ ୨୦୨୬’ ପାଳନ କରିବାରେ ତାଙ୍କୁ ସହଯୋଗ ର ହାତ ବଢାଇଥିଲେ ସମାଜ ସେବୀ ପ୍ରମୋଦ କୁମାର ନାୟକ ଏବଂ କୁସୁମ ଟିଭି ର ନିର୍ଦେଶିକା କୁସୁମ ମଞ୍ଜରୀ ଦାସ। ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରୁଥିଲେ ଆଶ୍ରମର ସଭାପତି ଭଗବାନ ପଟ୍ଟନାୟକ, ଝରଣା ସାହୁ, ସାମ୍ବାଦିକ ମିର୍ଜା ରିଜ୍ୱାନ୍, ପ୍ରଦୀପ୍ତ ଦାସ , ସାମ୍ବାଦିକା ସୁଜାତା ଗୋସ୍ୱାମୀ ଶିକ୍ଷୟତ୍ରୀ ଭବାନୀ ବାରିକ୍, ସମାଜ ସେବୀ ବିବେକାନନ୍ଦ ଦଳେଇ, ଧରୀତ୍ରି ବେ‌ଏରା ଜିତୁ ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ତିନିଦିନ ଧରି ଚାଲିଥିବା ‘ ରଜ ମହୋତ୍ସବ ୨୦୨୬’ କାର୍ଯ୍ୟକ୍ରମକୁ ରାତ୍ର ୯.୦୦ ଘଟିକା ସମୟରେ ଶେଷ କରାଯାଇଥିଲା।

Leave a Reply

Your email address will not be published. Required fields are marked *