ଘରୋଇ ହସ୍ପିଟାଲରେ ତ୍ରୁଟିପୂର୍ଣ୍ଣ ଚିକିତ୍ସାରୁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ଅପରାଧ ଯାଜପୁର ରାଜ୍ୟ
Spread the love

ଯାଜପୁର, ୨୫/୧୨: ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଲାଗି ଏକ ଘରୋଇ ହସ୍ପିଟାଲରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ଜୀବନ ଜ୍ୟୋତି ମେଡିକାଲରେ ଆସନ୍ତା କାଲି ରାତିରେ ସସ୍ମିତା ଜେନା ନାମକ ଗର୍ଭବତୀ ମହିଳାଙ୍କର ଅପରେସନ ବେଡରେ ମୃତ୍ୟୁ ହୋଇଛି। ପ୍ରସୂତି ମହିଳା ମୃତ୍ୟୁକୁ ନେଇ ଯାଜପୁରର ଜୀବନଜ୍ୟୋତି ଚିକିତ୍ସାଳୟରେ ଉତ୍ତେଜନା। ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।

ଅସ୍ତ୍ରୋପଚାର ପରେ ଶିଶୁ ପୁତ୍ର ଜନ୍ମ ହେଲେ ମଧ୍ୟ ମା’ର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି। ଉତ୍ତେଜନା ଯୋଗୁ ଚିକିତ୍ସାଳୟ ମାଲିକ ବାହାର ଗୁଣ୍ଡା ଲଗାଇ ଠେଲାପେଲା ଓ ଧକ୍କା ମାରି ବାହାର କରିଦେବା ଅଭିଯୋଗ କରିଛନ୍ତି ପରିବାର ସଦସ୍ୟ। ଗୁଣ୍ଡାମାନେ କିଏ, ତାଙ୍କ ଫଟୋ ସିସି ଟିଭି ଫୁଟେଜରୁ ପୁଲିସ ଚିହ୍ନଟ କରୁ ବୋଲି ସେମାନେ ଦାବି କରିଛନ୍ତି।

ଏଣେ ସରକାରୀ ଡାକ୍ତରଙ୍କୁ ଘେରି ରହିଛନ୍ତି ସମ୍ପର୍କୀୟ। ଘଟଣାସ୍ଥଳରେ ଟାଉନ ପୁଲିସ ଉପସ୍ଥିତ ରହି ଘଟଣା ଉପରେ ନଜର ରଖିଛି।

Leave a Reply

Your email address will not be published. Required fields are marked *