ଜଗତସିଂହପୁର/ଝଙ୍କଡ଼ : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗରାମ ସ୍ଥିତ ମା ଭଗବତୀ ଙ୍କ ପୀଠସ୍ଥିତ ଶ୍ରୀ ଶ୍ରୀ ହନୁମାନଜୀଉ ଭାଗବତ ପ୍ରଚାର ସମିତି ଆନୁକୁଲ୍ୟରେ ଗତ ଚୈତ୍ର ଶୁକ୍ଲ ପ୍ରତିପଦ, ହିନ୍ଦୁ ନବବର୍ଷ ଉପଲକ୍ଷେ, ମାର୍ଚ୍ଚ ୨୪ ତାରିଖ ଠାରୁ ୨୧ ତମ ଶ୍ରୀମଦ୍ ଭାଗବତ ପାରାୟଣ ପ୍ରବଚନ ସମାରୋହ ର ଶୁଭାରମ୍ଭ ହୋଇଛି।
ଉଦଘାଟନୀ ଉତ୍ସବରେ କବି ଦିଗାମ୍ବର ରାଉତ, ୨ୟ ସନ୍ଧ୍ୟାରେ ସ୍ବାମୀ ଶୃତିସାଗରାନନ୍ଦ ସରସ୍ୱତୀ ତୃତୀୟ, ଚତୁର୍ଥ ସନ୍ଧ୍ୟାରେ ଭାଗବତ ସୌରଭ ଭଗବାନ ଦାସଜୀ , ପ୍ରସଙ୍ଗ କ୍ରମେ ଶ୍ରୀମଦ୍ ଭାଗବତ ର କଥାମୃତ ଉପରେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ।
ପଣ୍ତିତ ନୃସିଂହ ଚରଣ କର ବ୍ୟାସ ଭାବରେ ଅଂଶ ଗ୍ରହଣ କରିଥିବା ବେଳେ, ନିତ୍ୟପୂଜକ ମାୟାଧର ପଣ୍ଡା ମାଆଙ୍କର ପୂଜାର୍ଚ୍ଚନା କରିଥିଲେ। ନିହାର ରଞ୍ଜନ ସାହୁ ଓ ରୋଜାଲିନି ବିଶ୍ବାଳ, ଯଜ୍ଞର କର୍ତ୍ତା କତ୍ତ୍ରୀ ଭାବେ ଦାୟିତ୍ଵ ବହନ କରିଥିଲେ।

ଭାଗବତ ପ୍ରଚାର ସମିତି ର ସଭାପତି ସୁରଥ ସାହୁ, ସମ୍ପାଦକ ପଣ୍ତିତ ପ୍ରବୋଧ ରଥ ଙ୍କ ଅନୁଷ୍ଠାନର କର୍ମକର୍ତ୍ତା ବିକାଶ ନାୟକ, ଭରତ ଚନ୍ଦ୍ର ନାୟକ, ଶୁଭେନ୍ଦୁମୌଳି ନନ୍ଦ, ସୁକାନ୍ତ ମହାନ୍ତି , ଜିତେନ୍ଦ୍ର ନାୟକ, ବସନ୍ତ କୁମାର ସାହୁ , ସୁଭାଷ ଚନ୍ଦ୍ର ସାହୁ, ଶୁଭେନ୍ଦୁ ତାରେଣୀଆ ଓ କ୍ଷୀରୋଦ କୁମାର ବାରିକ ଙ୍କ ସମେତ, ଗରାମ ଗ୍ରାମବାସୀ ଓ ସ୍ଥାନୀୟ ଅଞ୍ଚଳର ଭଗବତପ୍ରେମୀ ଜନସାଧାରଣ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା । ତେବେ ଆସନ୍ତା ମାର୍ଚ୍ଚ ୩୦ ତାରିଖରେ ଏହି ଏକ ସପ୍ତାହ ବ୍ୟାପି ଆଧ୍ୟାତ୍ମିକ ସାରସ୍ୱତ କାର୍ଯକ୍ରମ ଉଦଯାପିତ ହେବ ବୋଲି,କର୍ମକର୍ତ୍ତା ମାନେ ସୂଚନା ପ୍ରଦାନ କରିଅଛନ୍ତି।
