୪୨ ମୌଜା ଥାନା ଅଧିକାରୀଙ୍କୁ ସମ୍ବର୍ଦ୍ଧନା ଓ ଶୁଭେଚ୍ଛା

କଟକ ରାଜ୍ୟ
Spread the love

କଟକ,୩/୧: କଟକ ସଦର ବ୍ଲକ ଅନ୍ତର୍ଗତ ଦଧିବାମନପୁର ଗ୍ରାମ ପଞ୍ଚାୟତ ବଉଳକୁଦ ଗ୍ରାମ ମା ଶାରଳା ଡ୍ରାମାଟିକ୍ କ୍ଲବ ତରଫରୁ ସଞ୍ଜୟ ବେହେରା,ରଜତ ଦେବତା, ରବିନ୍ଦ୍ର ଦେବତା ଏବଂ ସନାତନ ବେହେରା ପ୍ରମୁଖ ନୂତନ ବର୍ଷ ଉପଲକ୍ଷେ ୪୨ ମୌଜା ଥାନା ଅଧିକାରୀ ଶ୍ରୀଯୁକ୍ତ ହେମନ୍ତ କୁମାର ସେଠୀ ଙ୍କୁ ସମ୍ବର୍ଦ୍ଧନା ଓ ନୂତନ ଶୁଭେଚ୍ଛା ଜଣାଇବା ସହିତ କ୍ଲବର ବାର୍ଷିକ ଉତ୍ସବ ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସହଯୋଗ କରିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସେ ଗ୍ରାମ ମାନଙ୍କରେ ଗୁଡ଼ି ଉଡାଇବା ସମୟରେ ମାଞ୍ଜା ସୁତାର ବ୍ୟବହାର ନକରିବା ପାଇଁ ସଚେତନତା ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ। ବିଭିନ୍ନ ଗ୍ରାମକୁ ଗ୍ରସ୍ତ କରି ଗ୍ରାମର ଭୌଗଳିକ ସ୍ଥିତି ଅନୁଧ୍ୟାନ କରିବା ସହିତ ଅଞ୍ଚଳରେ ହେଉଥିବା ଚୋରା ନିଶାଦ୍ରବ୍ୟ ବ୍ୟବସାୟ ଏବଂ ଅପରାଧିକ କାର୍ଯ୍ୟକଳାପ ଦମନ କରିବା ପାଇଁ ମା ଶାରଳା ଡ୍ରାମାଟିକ୍ କ୍ଲବ ତରଫରୁ ଅନୁରୋଧ କରାଯାଇଥିଲା।

Leave a Reply

Your email address will not be published. Required fields are marked *