ମାହାଙ୍ଗା, ୩/୧ ମାହାଙ୍ଗା ବ୍ଲକ କୁହୁଣ୍ଡା ଗ୍ରାମପଞ୍ଚାୟତ ପ୍ରାଙ୍ଗଣରେ ଚାଷୀ ମାନଙ୍କୁ ନେଇ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l
ଏହି କାର୍ଯ୍ୟକ୍ରମକୁ ବ୍ଲକ ସହକାରୀ କୃଷି ଅଧିକାରୀ ସାର୍ଥକ କୁମାର ପାଣି ଉଦଘାଟନ କରିଥିଲେ l ସରକାରୀ ପ୍ରୋତ୍ସାହନରେ ଯାନ୍ତ୍ରିକ ଧାଡିବୁଣା ଧାନଚାଷ କରିଥିବା ଚାଷମାନଙ୍କୁ ଅଧିକ ଫସଲ ଅମଳ ପାଇଁ ଶ୍ରୀ ପାଣି ତାଲିମ ପ୍ରଦାନ କରିବା ସହିତ, ସେମାନେ କିପରି କୃଷି କାର୍ଯ୍ୟରେ ଅଧିକ ସଚେତନ ହୋଇପାରିବେ ସେ ନେଇ ପରାମର୍ଶ ଦେଇଥିଲେ l
ନିଗମର ଜିଲ୍ଲା ସଂଯୋଜକ ସରୋଜ କୁମାର ସାମଲ ଏହି ଚାଷୀ ସଚେତନତା କର୍ମଶାଳାରେ ଅଧ୍ୟକ୍ଷତା କରିଥିଲେ l କୁଣ୍ଡି ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ଅଖିଳେଶ ପଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ, ସରକାରୀ ଅଧିକାରୀ ମାନେ ଚାଷୀଙ୍କ ସମସ୍ୟା ଉପରେ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଥିଲେ l ଏଥିରେ ପୂର୍ବତନ ସରପଞ୍ଚ ହେମନ୍ତ କୁମାର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ l
ନିଗମର ଜିଲ୍ଲା କୃଷି ସଂଯୋଜକ ଅନନ୍ତ ଗୋପାଳ ପ୍ରତିହାରୀ, କୁହୁଣ୍ଡା ପଞ୍ଚାୟତ କୃଷି ଅଧିକାରୀ ଦେବାଶିଷ ରାଉତ ଅଗ୍ରଣୀ ଚାଷୀ ମାନଙ୍କୁ ତାଲିମ ପ୍ରଦାନ ସହିତ, କୃଷି ସମ୍ବନ୍ଧୀୟ ବିଭିନ୍ନ ସଚେତନତା କରିବା ଦେଖିବାକୁ ମିଳିଥିଲା l ପଂଚାୟତ କୃଷକ ସାଥୀ ପ୍ରମୋଦ କୁମାର ମହାନ୍ତି ଏବଂ ନରେନ୍ଦ୍ର ସାମଲ ଶିବିର ପରିଚାଳନା କରିଥିଲେ l ଏହି ସଚେତନତା ଶିବିରରେ ଅଗ୍ରଣୀ ଚାଷୀ ଗୋବିନ୍ଦ ସାହୁ,ନିରଞ୍ଜନ ମୁଦୁଲି,ଅରୁଣ ରାଉତ, ପ୍ରଦୀପ୍ତ ବିଶ୍ୱାଳ, ଗୌରୀଶଙ୍କର ମହାପାତ୍ର, ଶରତ ବେହେରା,ଭାଗ୍ୟଧର ରାଉତ,ଲକ୍ଷ୍ମୀଧର ବେହେରା,ପରମାନନ୍ଦ ମହାନ୍ତି, ଭାଗ୍ୟଧର ମୁଦୁଲି,ହରେକୃଷ୍ଣ ରାଉତ,ମହେଶ୍ୱର ସାହୁ, ବଳରାମ ଜେନା,ବାଦଲ ସାମଲ, ଅମୁଲ୍ୟ ମହାନ୍ତି,ଚିତ୍ତରଞ୍ଜନ ଭଞ୍ଜ, ମୃତ୍ୟୁଞ୍ଜୟ ସ୍ୱାଇଁ, ଜଗନ୍ନାଥ ପଣ୍ଡା,ଚିତ୍ତରଞ୍ଜନ ଜେନା,ଜଗନ୍ନାଥ ବେହେରା,ସୁବ୍ରତ ବାରିକ,ନିରଞ୍ଜନ ସାହୁ ପ୍ରମୁଖ ବହୁ ଅଗ୍ରଣୀ ଚାଷୀ ଉପସ୍ଥିତ ଥିଲେ l ବ୍ଲକ ସହକାରୀ କୃଷି ଅଧିକାରୀ ଶ୍ରୀ ପାଣି ଏବଂ ତାଲିମ ପ୍ରାପ୍ତ କୃଷି କର୍ମଚାରୀ ମାନେ କୁହୁଣ୍ଡା ପଞ୍ଚାୟତର ଚାଷୀ ମାନଙ୍କୁ ଅଧିକ ଜ୍ଞାନ କୌଶଳ ଅବଲମ୍ବନ ସହିତ, ଚାଷ ଆରମ୍ଭରୁ ଫସଲ ଅମଳ ପର୍ଯ୍ୟନ୍ତ ବିଭିନ୍ନ ଉପାଦେୟ ତଥ୍ୟ ଜାଣିବା ପାଇଁ ଏହି ଶିବିରରେ ତାଲିମ ପ୍ରଦାନ କରିବା ଦେଖିବାକୁ ମିଳିଥିଲା l
