ମାହାଙ୍ଗା, ୩ /୧: ଭଦ୍ରେଶ୍ୱର ପଞ୍ଚାୟତ ଗୋବିନ୍ଦପୁର ଗ୍ରାମର ଧର୍ମପ୍ରାଣା ମହିଳା ରୁକ୍ମଣୀ ସାହୁଙ୍କ ପରଲୋକ ଘଟିଛି l ସ୍ଥାନୀୟ ହିନ୍ଦୁସ୍ତାନ ପେଟ୍ରୋଲିୟମ ର ମାଲିକ ନୃସିଂହ ଚରଣ ସାହୁଙ୍କ ମାଆ ରୁକ୍ମଣୀ ଦେଵୀ ଜଣେ ପରୋପକାରୀ, ମିଷ୍ଟଭାଷୀ, ଆଧ୍ୟାତ୍ମିକବାଦୀ ମହିଳା ଥିଲେ l ସ୍ଥାନୀୟ ଅଂଚଳରେ ବହୁ ସେବା ମୂଳକ କାର୍ଯ୍ୟକରିବା ଫଳରେ ଲୋକେ ତାଙ୍କୁ ବେଶ ଭଲ ପାଉଥିଲେ l ରୁକ୍ମଣୀ ଦେବୀଙ୍କ ପାର୍ଥିବ ଶରୀରକୁ ପୁରୀ ସ୍ୱର୍ଗଦ୍ୱାର ଠାରେ ଅନ୍ତିମ ସତ୍କାର କରାଯାଇଛି l ସ୍ବର୍ଗୀୟା ରୁକ୍ମଣୀ ସାହୁଙ୍କ ବିୟୋଗ ଖବର ପାଇବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଂଚି ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l
