ଝଙ୍କଡ଼, ୬/୧୨: କନକପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ମୋହନପୁର ଗ୍ରାମର ବିଶିଷ୍ଟ ବ୍ୟକ୍ତି ଶ୍ରୀଯୁକ୍ତ ସାରଦା ଚରଣ ମହାନ୍ତିଙ୍କ ଗତକାଲି ସକାଳ ଘଟିକା ୦୬.୫୩ ମିନିଟ୍ ସମୟରେ ନିଜର ପୈତୃକ ବାସଭବନରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିବାବେଳେ ସେ କିଛିଦିନ ହେବ ମତିଷ୍କାଘାତ ରୋଗରେ ପୀଡିତ ଥିଲେ। ଭୁବନେଶ୍ଵର ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଦୀର୍ଘଦିନ ପର୍ଯ୍ୟନ୍ତ ଚିକିତ୍ସିତ ହେବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ଘଟିନଥିଲା।
ମୃତ୍ୟ ଶଯ୍ୟା ନିକଟରେ ତାଙ୍କର ଦୁଇ ପୁଅ, ବୋହୂ, ଝିଅ, ଜ୍ବାଇଁ, ନାତି ନାତୁଣୀଙ୍କ ସମେତ ସମସ୍ତ ପରିବାର ବର୍ଗ ଏବଂ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ। ଗଭୀର ଶୋକାକୁଳ ପରିବେଶ ମଧ୍ୟରେ ଗ୍ରାମ ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହୋଇଥିବାବେଳେ ବଡ଼ପୁଅ ଧନେଶ୍ଵର ମହାନ୍ତି ମୁଖାଗ୍ନି ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ଜଣେ ମିଷ୍ଟଭାଷୀ, ଉଦାର ଏବଂ ଦୟାଳୁ ସ୍ଵଭାବର ବ୍ୟକ୍ତି ଭାବରେ ସେ ଅଞ୍ଚଳରେ ଖୁବ୍ ପରିଚିତ
