ସାରଳା ପୀଠ କନକପୁର ରେ ଚତୁର୍ଥ ବାର୍ଷିକ ବୋଇତ ବନ୍ଦାଣ ଉତ୍ସବ

ଜଗତସିଂହପୁର ଜିଲା ଖବର ରାଜ୍ୟ
Spread the love

ଝଙ୍କଡ଼, ୫/୧୧: ବାଣୀକ୍ଷେତ୍ର ଝଙ୍କଡ଼ ସାରଳାପୀଠ, କନକପୁର ଗ୍ରାମପଞ୍ଚାୟତ ଆନୁକୂଲ୍ୟରେ ଓ ବିଶିଷ୍ଟ ସମାଜସେଵୀ ତଥା ପରିବେଶବିତ ଅଶୋକ କୁମାର ମହାନ୍ତି ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ, ପଞ୍ଚାୟତ କାର୍ଯ୍ୟାଳୟ ପାର୍ଶ୍ଵସ୍ଥ ସାରଳାଦାସ ସରୋବର ରେ ଗତ ପବିତ୍ର କାର୍ତ୍ତିକ ପୂର୍ଣମୀ ଦିନ ପୂର୍ବାହ୍ନରେ ଚତୁର୍ଥବାର୍ଷିକ ବୋଇତବନ୍ଦାଣ ଉତ୍ସବ ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ସରପଞ୍ଚ ରେବତୀ ମହାନ୍ତି ସାଧବାଣୀ ସାଜି ଏହି ଉତ୍ସବ କୁ ଉଦଘାଟନ କରିବା ସମୟରେ, ଝଙ୍କଡ଼ ସାରଦା ବେଦବିଦ୍ୟା ପୀଠମ ର ପଣ୍ଡିତ ସୁଦର୍ଶନ ପଣ୍ଡା ଙ୍କ ନିର୍ଦ୍ଦେଶନା ରେ ବିଦ୍ୟାର୍ଥୀ ମାନଙ୍କ ବେଦମନ୍ତ୍ର ଧ୍ଵନିରେ, ସାରଳାଦାସ ସରୋବର ର ଘାଟ ପ୍ରକମ୍ପିତ ହୋଇ ଉଠିଥିଲା l ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ରେ ନାୟବସରପଞ୍ଚ ପଦ୍ମଚରଣ ସେଠି, ସସ୍ମିତା ଦାସ, ରଶ୍ମିତା ନାୟକ, ସୁମିତ୍ରା ମହାନ୍ତି, ଆନନ୍ଦ ମହାନ୍ତି, ଅଗ୍ନିକାନ୍ତ ସାହୁ, ଲକ୍ଷ୍ମୀଧର ଦାସ, ସର୍ବେଶ୍ୱର ମଲ୍ଲିକ, ବିଜୟ ହାତୀ ଓ ଚନ୍ଦନ ବାରିକ ଙ୍କ ସମେତ, ସ୍ଥାନୀୟ ଅଞ୍ଚଳର ଅଧିବାସୀ ଓ ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧିମାନେ ଯୋଗ ଦେଇଥିବାର ଦେଖିବାକୁ ମିଳିଥିଲା l

Leave a Reply

Your email address will not be published. Required fields are marked *