Naveen Patnaik

ଟ୍ରଷ୍ଟ ଗଠନ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସ୍ପଷ୍ଟୀକରଣ

ରାଜ୍ୟ
Spread the love

ଭୁବନେଶ୍ଵର: ଶେଷରେ ସତ ମାନିଲେ ନବୀନ। ଟ୍ରଷ୍ଟ ଗଠନ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସ୍ପଷ୍ଟୀକରଣ ରଖିଛନ୍ତି। ସେ କହିଛନ୍ତି ବେକ ଅପରେସନ ପାଇଁ ମୁମ୍ବାଇ ପୂର୍ବରୁ ପ୍ରଥମେ ଦିଲ୍ଲୀ ଯାଇଥିଲି। ସେଠି ଅନେକ ବଡ଼ ବଡ଼ ଓକିଲ ଏବଂ ସିଏଙ୍କୁ ଭେଟି ମୁଁ ବିଜୁ ବାବୁଙ୍କ ନାଁରେ ଏକ ଟ୍ରଷ୍ଟ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲି। ମୋ ନିଜ ପାଣ୍ଠିରୁ ୧ ଲକ୍ଷ ଟଙ୍କାର ଛୋଟ ଅର୍ଥ ରାଶିରୁ ଟ୍ରଷ୍ଟ ଆରମ୍ଭ କରିଥିଲି। ବିଜେଡି କିମ୍ବା ଅନ୍ୟ ଦଳୀୟ ପାଣ୍ଠି ସହ ଏହାର କିଛି ସମ୍ପର୍କ ନାହିଁ ।  ମୁଁ ପୁଣି କହୁଛି, ମୁଁ କଟକ ଏସସିବି ହସ୍ପିଟାଲ ଯାଇଥିଲି।  ଅଧିକ ଲୋକ ମଲେ।  ମୋ ସରକାର ସମୟରେ ଘରୋଇ ହସ୍ପିଟାଲରେ ନିଆଁ ଲାଗିଲା।  ସ୍ୱାସ୍ଥ୍ୟ ମନ୍ତ୍ରୀ ଇସ୍ତଫା ଦେଲେ।  ହେଲେ ସରକାରୀ ହସ୍ପିଟାଲରେ ନିଆଁ ଲାଗିଲା।  ବିଜେପି ସରକାର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା କରାଇ ଦେଲେନି। ଏହା ଚିନ୍ତାଜନକ। ରାଜ୍ୟର ସମସ୍ତ ହସ୍ପିଟାଲ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକାଶ ପାଇଁ ସରକାର ପଦକ୍ଷେପ ନେବା କଥା । 

Leave a Reply

Your email address will not be published. Required fields are marked *