95c7336e 8331 4e36 B1d3 A1b691e2e531

ସାରଳାଙ୍କ ପ୍ରାତଃକାଳୀନ ନୀତି ଦୀର୍ଘ ୩ ବର୍ଷ ଧରି ବାଧାପ୍ରାପ୍ତ : ସେବାୟତମାନଙ୍କ ଭିତରେ ଅସନ୍ତୋଷ

ରାଜ୍ୟ
Spread the love

ଜଗତସିଂହପୁର/ ଝଙ୍କଡ଼ :  ବାଣୀ କ୍ଷେତ୍ର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀଙ୍କ ମନ୍ଦିରର, ସିଂହଦ୍ବାରର ଉଭୟ ପାର୍ଶ୍ଵରେ ଆବାହମାନ କାଳରୁ, ପ୍ରତିଷ୍ଠିତ ହାତୀ ଉପରେ ସିଂହ ଥିବା, ସିଂହ ଙ୍କୁ ଜଳଲାଗି କରାଯାଇଥାଏ । ମାତ୍ର ରାଜ୍ୟ ସରକାରଙ୍କ ତରଫରୁ ମିଳିଥିବା ୪୨ ଟଙ୍କାର,ନବୀକରଣ କାର୍ଯ୍ୟ ପାଇଁ, ଏହି ସିଂହଦ୍ବାର ଉଭୟ ପାର୍ଶ୍ଵରେ ଥିବା ମୂର୍ତ୍ତିକୁ ଉଠାଇ ନେଇ, ଆଦିକବି ଶୂଦ୍ରମୁନି ସାରଳା ଦାସ ଙ୍କ ସ୍ମୁତିସ୍ତମ୍ଭ ସମ୍ମୁଖରେ ରଖିଦିଆଯାଇଛି। ଦେବୀଶାସ୍ତ୍ର ରେ ଲେଖା ଅଛି ସିଂହ ପୂଜା ବିନା ଦେବୀପୂଜା ଅସମ୍ଭବ। ହେଲେ ଏହି ଅସମ୍ଭବ କୁ ସମ୍ଭବ କରାଯାଇଥିବାର ନଜିର ଆଜି ପ୍ରସିଦ୍ଧ ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ମନ୍ଦିରରେ ଦେଖିବାକୁ ମିଳୁଛି।

ମୂର୍ତ୍ତି ଉଠାଇବା ପୁର୍ବରୁ କୁହାଗଲା ଯେ , ମାଆଙ୍କ ସିଂହଦ୍ବାର ପସ୍ତର ରେ ନିର୍ମାଣ କରାଯାଉଛି, ତେଣୁ ହାତୀ ଉପରେ ସିଂହ ମୂର୍ତ୍ତି ମଧ୍ୟ ପଥର ରେ ନିର୍ମାଣ କରାଯାଇ ସିଂହଦ୍ଵାର ର ଉଭୟ ପାର୍ଶ୍ଵରେ ସ୍ଥାପନ କରାଯିବ। ମାତ୍ର ଏଠାରେ, ଏମିତି କିଛି ମୂର୍ତ୍ତି ଗଢା ଯାଉଥିବାର ଦେଖାଯାଉ ନାହିଁ। ଯାହା ଫଳରେ, ମାଆଙ୍କର ସେବାୟତ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଶେଷ କରି ଜଗତସିଂହପୁର ଜିଲ୍ଲାର ଖୋଦ୍ ସାରଳା ମନ୍ଦିର ପରିଚାଳନାର ଏକମାତ୍ର ସୋଲଟ୍ରଷ୍ଟି ଦାୟିତ୍ୱରେ ଥିବା ବେଳେ। ଆଜି ପର୍ଯ୍ୟନ୍ତ ସିଂହଦ୍ବାରର ଉଭୟ ପାର୍ଶ୍ଵରେ ହାତୀ ଉପରେ ସିଂହ ର ପ୍ରସ୍ତର ନିର୍ମିତ ମୂର୍ତ୍ତି ସ୍ଥାପିତ ହୋଇ ପାରିଲା ନାହିଁ।

ସବୁଠୁଁ ବଡକଥା ହେଉଛି, ସିଂହଦ୍ବାର ଭଙ୍ଗାଯିବl ପରେ ନବନିର୍ମିତ ସିଂହଦ୍ୱାର ଟି ଆଉ ୫/୭ ଫୁଟ ଆଗକୁ ବଢ଼ାଇ ଦିଆଯାଇଛି। ଏହାର ସମ୍ମୂଖ ଭାଗରେ ମାଆଙ୍କ ଦୋଳ ମଣ୍ଡପ, ଜରାଜୀର୍ଣ୍ଣ ଓ ବିପଦ ଶଙ୍କୁଳ ଅବସ୍ଥାରେ ପଡିରହିଥିବାବେଳେ ସିଂହଦ୍ୱାରର ପ୍ରବେଶ ପଥ ଶଙ୍କୁଚିତ ହୋଇ ଯାଇଛି। ସେଥିପାଇଁ ପ୍ରତିଦିନ ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତ ଓ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଧିକନ୍ତୁ ଯାନିଯାତ୍ରା, ପର୍ବପର୍ବାଣୀ ଦିନ ମାନଙ୍କରେ ପଟୁଆର ଓ ଶୋଭାଯାତ୍ରାରେ ବାଧା ସୃଷ୍ଟି ହେଉଛି। ତେବେ ଏ ସମସ୍ତ ଅଭାବ ଅସୁବିଧା ଓ ସମସ୍ୟା ବିଷୟରେ ଜିଲ୍ଲା ର ସମସ୍ତ ଜନପ୍ରତିନିଧି ଓ ବିଶେଷ କରି ରଜ୍ୟର ଉପମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ଙ୍କୁ ଏଠାରେ ଅବଗତ କରାଇବା ସହିତ ରାଜଧାନୀ ଭୁବନେଶ୍ୱର ର ଦଳୀୟ କାର୍ଯ୍ୟାଳୟ ରେ ମଧ୍ୟ ଜିଲ୍ଲା ବିଜେପି ସଭାପତି ପ୍ରତାପ ମିଶ୍ର ଓ କନକପୁର ଅଞ୍ଚଳର ବିଜେପି ନେତା ଅଶୋକ କୁମାର ମହାନ୍ତି ଶ୍ରୀମତୀ ପରିଡ଼ା ଙ୍କୁ ଏହାର ଆଶୁ ସମାଧାନ ନିମନ୍ତେ ନିବେଦନ କରିଥିଲେ।

ସେ କହିଲେ ଯେ ଆସନ୍ତା,୧୫ ଦିନ ମଧ୍ୟରେ ହାଇଲେବଲ୍ କମିଟି ବସାଯାଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମାତ୍ର ଇତି ମଧ୍ୟରେ ଦୀର୍ଘ ଏକ ମାସରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏ ସବୁର ମୁଖ୍ୟକାରଣ ହେଉଛି ଦୀର୍ଘ ୨ ଦଶନ୍ଧି ଧରି ରାଜ୍ୟ ସରକାରଙ୍କ ଦେବୋତ୍ତର ବିଭାଗ ତରଫରୁ ଟ୍ରଷ୍ଟବୋର୍ଡ ଟିଏ ଗଠନ କରାଯାଇ ନାହିଁ।

ଜିଲ୍ଲାପାଳ ନାମକୁ ମାତ୍ର ସୋଲଟ୍ରଷ୍ଟି ଥିଲେ ମଧ୍ୟ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଙ୍କ ମନ୍ଦିରର ପ୍ରସାଶନିକ କାମରେ ଆଦୌ ଦୃଷ୍ଟି ଦେଉନାହାନ୍ତି। ଯଦି ମାନ୍ୟବର ଆଇନି ମନ୍ତ୍ରୀ ସାରଳା ମନ୍ଦିରର ଏକ ପରିଚାଳନା ସମିତି ଗଠନ କରି ଦିଅନ୍ତେ, ତେବେ ହୁଏତ ସ୍ଥାନୀୟ ପ୍ରସାଶନିକ ଅଧିକାରୀ ଓ ଅନ୍ୟ ସଦସ୍ୟ ମାନେ ଯଥାର୍ଥ ପଦକ୍ଷେପ ଗ୍ରହଣ କରିପାରନ୍ତେ । ତେବେ ପ୍ରଶ୍ନ ଉଠୁଚି ବିଗତ ସରକାର ଠାରୁ ବର୍ତ୍ତମାନ ର ସରକାର ଙ୍କ ନିକଟରେ ଏହି ଟ୍ରଷ୍ଟବୋର୍ଡ ଗଠନ କରିବା ନିମନ୍ତେ, ମାଆଙ୍କ ସେବାୟତ ଓ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ବାରମ୍ବାର ଆପତ୍ତି ଅଭିଯୋଗ କରି ଆସୁଥିଲେ ମଧ୍ୟ ସରକାର ଙ୍କ ଇଚ୍ଛାଶକ୍ତି ର ଅଭାବ ଯୋଗୁଁ କାର୍ଯକାରୀ ହୋଇପାରୁ ନାହିଁ। ଯାହା ଫଳରେ ବାଘ ଘରେ ମିରିଗ ନାଚ ଚାଲିଚି। ପୁର୍ବରୁ ପ୍ରଚଳିତ ହୋଇ ଆସିଥିବା ନିୟମ ଅନୁଯାୟୀ ଯଦି ଜିଲ୍ଲାପାଳ ଙ୍କୁ ଟ୍ରଷ୍ଟ ବୋର୍ଡ ର ସଭାପତି ଓ ଟିର୍ତ୍ତୋଲ ତହସିଲଦାର, ତିର୍ତ୍ତୋଲ ବ୍ଲକର ବିଡିଓ ଓ ତିର୍ତ୍ତୋଲ ଥାନାର ଆଇ ଆଇ ସି ଙ୍କ ସମେତ ସେବାୟତଙ୍କ ପ୍ରତିନିଧି ଓ ସ୍ଥାନୀୟ ଅଞ୍ଚଳର ପ୍ରତିନିଧି ଙ୍କୁ ନେଇ ୫/୭ ଜଣିଆ ଟ୍ରଷ୍ଟ ବୋର୍ଡ ଟିଏ ଗଠନ କରାଯାଇ ପାରିବ ତେବେ ହୁଏତ ସାରଳା ମନ୍ଦିର ରେ ଲାଗିରହିଥିବା ଅବ୍ୟବସ୍ଥା କୁ ଦୂର କରାଯାଇ ଯଥର୍ଥ ବିକାଶ ହୋଇ ପାରିବ ବୋଲି ମାଆଙ୍କ ସେବାୟତ ମାନଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ଦୃଢ଼ ଦାବୀ କରିଅଛନ୍ତି |

Leave a Reply

Your email address will not be published. Required fields are marked *