ଜୟପୁରରେ ସିରିଜ ଦୁର୍ଘଟଣା

କୋରାପୁଟ ରାଜ୍ୟ
Spread the love

ଜୟପୁର-ଜୟପୁର ଜାତୀୟରାଜପଥ-୨୬ ଜୟପୁର ର ସୁନାବେଡାଠାରେ ସିରିଜ ଦୁର୍ଘଟଣା ଘଟିଛି । ବ୍ରେକଫେଲ ହେବାରୁ କାରଣରୁ ଭାରସ୍ୟାମ ହରାଇ ଗୋଟିଏ ଟ୍ରକ ଦୁଇଟି କାର ଓ ସାତଟି ବାଇକକୁ ଧକ୍କା ଦେଇଛି । ଏହି ଦୁର୍ଘଟଣା ଅପରାହ୍ଣ ୧ ଟେ ସମୟରେ ଘଟିଛି। ଟ୍ରକ ଟି କିଛିବାଟ ଗଲାପରେ ଜାତୀୟରାଜପଥ କଡ଼ରେ ଥିବା ବିଦୁତ୍ ଖୁଣ୍ଟରେ ଧକ୍କାଦେଇ ଅଟକିଥିଲା ।

ଦୁର୍ଘଟଣାରେ ସାତଟି ବାଇକ୍ ଚୁରମାର ହେବାସହ ବିଦୁତ୍ ଖୁଣ୍ଟଟି ସଂପୁର୍ଣ୍ଣ ଭାଙ୍ଗିଯାଇଛି। ଯାହାଫଳରେ କିଛି ସମୟଧରି ଜାତୀୟରାଜପଥରେ ଯାତୟାତରେ ସମସ୍ୟା ଉପୁଜିଥିଲା। ଘଟଣାସ୍ଥଳରେ ବିଦୁତ୍ ବିଭାଗର କର୍ମଚାରୀ ପହଞ୍ଚି ବିଦୁତ୍ ତାରକୁ କାଟି ଗୁରୁତର ହୋଇପଡିଥିବା ଡ୍ରାଇଭର ଜଣକ କୁ ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ପରେ ଘଟଣାସ୍ଥଳରେ ବିଦ୍ୟୁତ ବିଭାଗ ଓ ପୁଲିସ ଙ୍କ ସହ ପ୍ରଶାସନିକ ଅଧିକାରୀ ପହଞ୍ଚି ଘଟଣା ସମ୍ପର୍କରେ ସ୍ଥିତି ଅନୁଧ୍ୟ୍ୟାନ କରିଥିଲେ। ପୁଲିସପ୍ରଶାସନ ପକ୍ଷରୁ ଯାତୟାତ କୁ ସ୍ଵାଭବିକ କରାଯିବା ପାଇଁ ଚେଷ୍ଟା କରାଯାଉଛି।

Leave a Reply

Your email address will not be published. Required fields are marked *