ଲାଞ୍ଚ ମାମଲା: ପୂର୍ବତନ ସିଡିପିଓଙ୍କୁ ୪ ବର୍ଷ ଜେଲ

ଅପରାଧ କଳାହାଣ୍ଡି ରାଜ୍ୟ
Spread the love

ଭବାନୀପାଟଣା, ୧୯/୧୨: ଏକ ସ୍ବୟଂ ସହାୟିକା ଗୋଷ୍ଠୀଠାରୁ ୮୦ ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ ଲାଞ୍ଜିଗଡ଼ର ପୂର୍ବତନ ସିଡିପିଓ ମୀନା ପାତ୍ରଙ୍କୁ ଭିଜିଲାନ୍ସ କୋର୍ଟ ୪ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଶୁକ୍ରବାର ସନ୍ଧ୍ୟାରେ ଜିଲା କାରାଗାରକୁ ପଠାଇ ଦିଆଯାଇଛି।ସୂଚନା ଅନୁଯାୟୀ, ଲାଞ୍ଜିଗଡର ତତ୍କାଳୀନ ସିଡ଼ିପିଓ ମୀନା ପାତ୍ର ଗତ ୨୦୨୧ ଅକ୍ଟୋବର ୧ରେ ଯୋଗମାୟା ଏସଏଚଜି ସଭାପତି ସରୋଜିନୀ ପ୍ରଧାନଙ୍କଠାରୁ ୮୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ବାରା ଧରାପଡ଼ିଥିଲେ। ସମ୍ପୃକ୍ତ ସ୍ବୟଂ ସହାୟିକା ଗୋଷ୍ଠୀର ୧୧ ଲକ୍ଷ ୬୯ ହଜାରରୁ ଅଧିକ ଟଙ୍କାର ଛତୁଆ ବିଲ ପାସ କରାଇ ଦେବା ପାଇଁ ସେ ଏହି ଲାଞ୍ଚ ନେଉଥିଲେ। ସେହି ଘଟଣାରେ କୋରାପୁଟ ଭିଜିଲାନ୍ସ ଦ୍ଵାରା ମାମଲା ରୁଜୁ କରାଯାଇ କଳାହାଣ୍ଡି ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଅଭିଯୋଗ ଫର୍ଦ୍ଦ ଦାଖଲ କରାଯାଇଥିଲା। ଏହି ମାମଲାର ଶୁଣାଣି କରି କଳାହାଣ୍ଡି ସ୍ବତନ୍ତ୍ର ଭିଜିଲାନ୍ସ ବିଚାରପତି ବଦ୍ରି ନାରାୟଣ ନନ୍ଦ ଅଭିଯୁକ୍ତଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ।

ଅନ୍ୟପକ୍ଷରେ ଲାଞ୍ଚ ମାମଲାର ତଦନ୍ତ ବେଳେ ପାତ୍ରଙ୍କଠାରୁ ଭିଜିଲାନ୍ସ ଆୟ ବହିର୍ଭୁତ ସମ୍ପତ୍ତି ଠାବ କରିଥିଲା। ଏହି ଘଟଣାରେ ପାତ୍ର ଏବଂ ତାଙ୍କ ସ୍ଵାମୀ ପଦ୍ମନାଭ ପଣ୍ଡାଙ୍କ ନାମରେ ଭିଜିଲାନ୍ସ ମାମଲା ରୁଜୁ କରିଛି। ଉଭୟ ସ୍ବାମୀ, ସ୍ତ୍ରୀଙ୍କଠାରୁ ଭିଜିଲାନ୍ସ ଦତନ୍ତ ବେଳେ ୧କୋଟି ୨୪ଲକ୍ଷ ୧୬ହଜାର ୬୨୧ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠାବ କରିଥିଲା। ଏହି ମାମଲା ଏବେ ମଧ୍ୟ କଳାହାଣ୍ଡି ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ବିଚାରାଧୀନ ଅଛି।

Leave a Reply

Your email address will not be published. Required fields are marked *