କର୍ମଯୋଗୀ, ସ୍ୱାଧୀନତା ସଂଗ୍ରାମୀ ଇ° ଗୁଣନିଧି ମହାନ୍ତିଙ୍କ ଶ୍ରାଦ୍ଧ ଦିବସ ପାଳିତ

କଟକ ରାଜ୍ୟ
Spread the love

କଟକ ସଦର,୧୮/୧୨: କଟକ ସଦର ବୟାଳିଶମୌଜା ସ୍ଥିତ ଦେଉଳି ନିବାସୀ କର୍ମଯୋଗୀ, ସ୍ୱାଧୀନତା ସଂଗ୍ରାମୀ ଇ° ଗୁଣନିଧି ମହାନ୍ତିଙ୍କ ୬୪ତ୍ତମ ଶ୍ରାଦ୍ଧ ବାର୍ଷିକୀ ଗତ କାଲି ନିଜ ଜନ୍ମ ମାଟିରେ ସ୍ୱାଧୀନତା ସଂଗ୍ରାମୀ ଗୁଣନିଧି ସ୍ମୃତି କମିଟି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ପାରମ୍ଭରେ ତାଙ୍କ ସମ୍ମାନାର୍ଥେ ତାଙ୍କ ତୈଳ ଚିତ୍ର ଫଟୋରେ ପୁଷ୍ପମାଲ୍ୟ ଦିଆଯାଇ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଥିଲା। ବୈଠକରେ ସମ୍ମାନୀୟ ଅତିଥି ମାନେ ସ୍ବର୍ଗତ ମହାନ୍ତିଙ୍କ ଗୁଣାବଳୀ, ଜୀବନ ଦର୍ଶନ ଓ ତାଙ୍କ ସେବା କାର୍ଯ୍ୟ ଉପରେ ଆଲୋଚନା କରିଥିଲେ। ସ୍ବର୍ଗତ ଇ° ଗୁଣନିଧି ମହାନ୍ତି ନିଜର ସରକାରୀ ଇଞ୍ଜିନିୟରିଙ୍ଗ ଚାକିରି ଛାଡି ମହାତ୍ମାଗାନ୍ଧୀ ଓ ଗୋପବଂଧୁଙ୍କ ଡାକରା ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଅସହଯୋଗ ଆନ୍ଦାଳନରେ ଯୋଗ ଦେଇଥିଲେ। ସ୍ବଦେଶୀ ଆନ୍ଦୋଳନର ନେତୃତ୍ୱ ନେଇ ଖଜୁରୀ ରସରୁ ଗୁଡ଼ ତିଆରି, ଜୋତା ତିଆରି ଓ ଅରଟରେ ସୁତା କାଟିବା ବିଦେଶୀ ଦ୍ରବ୍ୟ ତ୍ୟାଗ କରିବା ଆଦି କାର୍ଯ୍ୟ ଲୋକମାନଙ୍କୁ ଶିକ୍ଷା ଦେଉଥିଲେ। ଏହି ପରିପ୍ରେକ୍ଷୀରେ ଅଞ୍ଚଳରେ ନିଜେ ଗଢ଼ିଥିବା ସେନାର ସକ୍ରିୟ ସଭ୍ୟ ଥିଲେ। ତାଙ୍କ ଜନ୍ମ ସ୍ଥାନ ଗ୍ରାମ ଦେଉଳି ଗ୍ରାମକୁ ସ୍ୱାଧୀନତା ସଂଗ୍ରାମୀ ଗ୍ରାମ ଘୋଷଣା କରବା ସହିତ ଗ୍ରାମ ସଂଲଗ୍ନ ୪୨ମୌଜା ମୁଖ୍ୟ ରାସ୍ତା କଡରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରିବା ନିମନ୍ତେ ରାଜ୍ୟ ସରକାରଙ୍କ ନିକଟରେ ବହୁବାର ଦାବୀ ହୋଇ ଆସୁଥିଲେ ମଧ୍ୟ ତାହା ଅଦ୍ୟାବଧି ହୋଇପାରିନାହଁ। ଏହି କାର୍ଯ୍ୟ ପାଇଁ ୪୨ମୌଜାର ସମସ୍ତ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଓ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ଦସ୍ତଖତ ସମ୍ବଳିତ ଅନୁରୋଧ ପତ୍ର ଦରଖାସ୍ତ ପ୍ରଦାନ କରାଯାଇଛି। ଆହୁରି ମଧ୍ୟ ଏହି ପରିପ୍ରେକ୍ଷୀରେ ମାନ୍ୟବର ସାଂସଦ ଭର୍ତ୍ତୃହରି ମହତାବ ଓ ପୂର୍ବତନ ବିଧାୟକ ଚନ୍ଦ୍ର ସାରଥୀ ବେହେରାଙ୍କ ଜରିଆରେ ରାଜ୍ୟ ସଂସ୍କୃତି ବିଭାଗକୁ ଦରଖାସ୍ତ ଦିଆଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ଏବାବଦରେ କୋୖଣସି ପଦକ୍ଷେପ ନିଆଯାଇନାହିଁ। ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ସମ୍ମାନ ପ୍ରତି ରାଜ୍ୟ ସଂସ୍କୃତି ବିଭାଗ ବିହିତ ଦୃଷ୍ଟି ଦେବାକୁ ସ୍ୱାଧୀନତା ସଂଗ୍ରାମୀ ଗୁଣନିଧି ସ୍ମୃତି କମିଟି ପକ୍ଷରୁ ସରକାରଙ୍କ ଠାରେ ଦୃଢ଼ ଦାବୀ କରାଯାଇଛି। ସଭାରେ କମିଟିର ଆବାହକ ସନ୍ତୋଷ କୁମାର ପତି, ପ୍ରଫୁଲ୍ଲ ଭୋଇ, ଶ୍ରୀନିବାସ ଦାସ, ବିଜନ କୁମାର ନାୟକ, ପବିତ୍ର ମହାପାତ୍ର, ସନାତନ ଭୋଇ, ହେମନ୍ତ ଭୋଇ, ପ୍ରକାଶ କୁମାର ଭୋଇ, ଅନାମ ଭୋଇ, ସଞ୍ଜୟ ଭୋଇ, କର୍ଣ୍ଣ ଭୋଇ ଓ ବିକ୍ରମ କିଶୋର ପତି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *