ନୂଆଦିଲ୍ଲୀ, ୧୯/୧୨: ଫ୍ରାନ୍ସ ତଥା ପ୍ୟାରିସ ସେଣ୍ଟ ଜର୍ମାନ ଫରୱାର୍ଡ ଓସୁମେନେ ଡେମ୍ବେଲେ ପୁରୁଷ ଓ ସ୍ପେନ ତଥା ବାର୍ସିଲୋନାର ମିଡଫିଲଡର ଆଇଟାନେ ବୋନମାତି ମହିଳାରେ ଫିଫା ବର୍ଷର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଛନ୍ତି। ମଙ୍ଗଳବାର ରାତିରେ ଦୋହାରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଫିଫା ପକ୍ଷରୁ ଡେମ୍ବେଲେ ଓ ବୋନମାତିଙ୍କୁ ଏହି ପୁରସ୍କାର ମିଳିଛି। ୨୮ ବର୍ଷୀୟ ଡେମ୍ବେଲେ ଚମତ୍କାର ପ୍ରଦର୍ଶନ ବଳରେ ପିଏସ୍ଜି ପ୍ରଥମ ଥର ପାଇଁ ୨୦୨୫ରେ ଚମ୍ପିଆନ୍ସ ଲିଗ୍ ଚମ୍ପିଅା
ନ ହୋଇଥିଲା। ଫାଇନାଲରେ ପିଏସ୍ଜି ୫-୦ ଗୋଲରେ ଇଣ୍ଟର ମିଲାନକୁ ପରାସ୍ତ କରି ଚମ୍ପିଆନ ହୋଇଥିଲା। ଡେମ୍ବେଲେ ଉକ୍ତ ଚମ୍ପିଆନ୍ସ ଲିଗ୍ରେ ୩୫ଟି ଗୋଲ ଦେଇ ଶ୍ରେଷ୍ଠ ଗୋଲ ସ୍କୋରର ରହିଥିଲେ।ସେିପରି ବୋନମାତି ୨୦୨୫ ଚମ୍ପିଆନ୍ସ ଲିଗ୍ ଓ ମହିଳା ୟୁରୋରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଚମ୍ପିଆନ୍ସ ଲିଗ୍ ଫାଇନାଲରେ ଭଲ ପ୍ରଦର୍ଶନ କରି ବାର୍ସିଲୋନାକୁ ଚମ୍ପିଆନ କରାଇଥିଲେ।ସେହିପରି ମହିଳା ୟୁରୋ -୨୦୨୫ରେ ମଧ୍ୟ ସ୍ପେନ ଚମ୍ପିଆନ ହୋଇଥିଲା। ଏଥିରେ ବୋନମାତି ଭଲ ପ୍ରଦର୍ଶନ କରିଥିଲେ। ଉକ୍ତ ପ୍ରଦର୍ଶନ ବଳରେ ଡେମ୍ବେଲେ ଓ ବୋନମାତି ଫିଫା ୨୦୨୫ ବର୍ଷର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇବାରେ ସଫ ହୋଇଛନ୍ତି।
